fbpx

ରାଜଧାନୀରେ ଭୟଙ୍କର ରୂପ ନେଲା କରୋନା ମହାମାରୀ : ୯୨ ପ୍ରତିଶତ ରୋଗୀଙ୍କ ମୃତ୍ୟୁର କାରଣ ଓମିକ୍ରନ

ନୂଆଦିଲ୍ଲୀ: କରୋନା ମହାମାରୀରେ ଅସ୍ତବ୍ୟସ୍ତ ହୋଇ ପଡିଛି ରାଜଧାନୀ ଦିଲ୍ଲୀ । ଗତ ମାସର କରୋନା ଗ୍ରାଫ ଏବେ ସମସ୍ତଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଜାନୁୟାରୀରେ ଦେଖିବାକୁ ମିଳିଥିଲା ଓମିକ୍ରନ ଭାରିଏଣ୍ଟର ଅନେକ ମାମଲା । ଗତକାଲି ବିପର୍ଯ୍ୟୟ ପ୍ରାଧିକରଣର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଠାରେ ଗତ ମାସରେ ହୋଇଥିବା କୋଭିଡ ମୃତ୍ୟୁ ସମ୍ପର୍କରେ ଆସିଛି ଏକ ଭୟଙ୍କର ତଥ୍ୟ ।

ମିଳିଥିବା ରିପୋର୍ଟ ଅନୁଯାୟୀ, କରୋନାରେ ପ୍ରାଣ ହରାଇଥିବା ୩୧୦ ଜଣଙ୍କର ନମୁନା ଜିନମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା । ଏଥି ମଧ୍ୟରୁ ୯୮ଜଣଙ୍କ ରିପୋର୍ଟରୁ ଜଣା ପଡିଛି ଯେ ୯୦ ଜଣ ମୃତକଙ୍କ ଦେହରେ ରହିତିଲା କରୋନାର ତୃତୀୟ ଭାରିଆଣ୍ଟ ଓମିକ୍ରନ । ଅର୍ଥାତ କରୋନା ଜନିତ ମୃତ୍ୟୁର ୯୨ ପ୍ରତିଶତ ରୋଗୀଙ୍କ ପାଇଁ କାଳ ହୋଇଥିଲା ଓମିକ୍ରନ । ଏହାବ୍ୟତୀତ ଏକ ଡେଲଟା ଭାରିଆଣ୍ଟ ନମୁନା ମଧ୍ୟ ଚିହ୍ନଟ ହୋଇତିଲା ।

ଏକ ବିଶେଷ ରିପୋର୍ଟ ଅନୁସାରେ, ଜାନୁଆରୀରେ ୩୫୯୭ ରୋଗୀଙ୍କର ଜିନମ ସିକ୍ୱେନ୍ସିଂ କରାଯାଇଥିବା ବେଳେ ସେଥିରୁ ୨୮୩୩ ଜଣଙ୍କ ଦେହରେ ଓମିକ୍ରନ ଭାରିଆଣ୍ଟ ମିଳିତିଲା । ଯେଉଁଥିରୁ ୧୪ ପ୍ରତିଶତ ଥିଲେ ଡେଲଟା ଭାରିଆଣ୍ଟ ଆକ୍ରାନ୍ତ । ଏବଂ ବାକି ୭ ପ୍ରତିଶତ ଅନ୍ୟ ଭାରିଆଣ୍ଟ ସହ ଲଢୁଥିଲେ । ତେବେ ଜାନୁଆରୀରେ କେବଳ ଦିଲ୍ଲୀରୁ ୭୫୦ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏମାନଭ୍କ ମଧ୍ୟରୁ ଅଧିକାଂଶ ରୋଗୀଭ୍କ ଦେହରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ କରାଯାଇଛି ।

Get real time updates directly on you device, subscribe now.