fbpx

ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିବା ସମିତି ସମ୍ପାଦକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ

ବେଗୁନିଆପଡା: ସମବାୟ ସମିତି ସମ୍ପାଦକ ନିର୍ବାଚନ ପ୍ରଚାରରେ ସାମିଲ ହେବା ଘଟଣାକୁ ନିନ୍ଦା କରିଛି କଂଗ୍ରେସ । ବେଗୁନିଆପଡା ବ୍ଲକ ଏସ. ଛଚିନା ପଞ୍ଚାୟତର ସମବାୟ ସମିତି ସମ୍ପାଦକ ନିର୍ବାଚନ ପ୍ରଚାରରେ ସାମିଲ ହେବା ଘଟଣାକୁ ନିନ୍ଦା କରିଛି କଂଗ୍ରେସ । ଗତ ଶୁକ୍ରବାର ଦିନ ଏସ. ଛଚିନା ପଞ୍ଚାୟତର ସମବାୟ ସମ୍ପାଦକ ନିଳାଞ୍ଚଳ ନାୟକ ଶାସକ ଦଳର ନିର୍ବାଚନ ପ୍ରଚାର ସମୟରେ ସାମିଲ ଥିବା ଫୋଟୋ ଭାଇରାଲ ହୋଇଥିଲା ।

ଶନିବାର ଗଞ୍ଜାମ ଜିଲ୍ଲା ଏସସି ସେଲ ଚେୟାରମ୍ୟାନ ଭୋକାଲି ସେଠୀ ଦୃଢ ନିନ୍ଦା କରିଛନ୍ତି । ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି କହିଛନ୍ତିି, ନିର୍ବଚନ ଆଚରଣ ବିଧି ବଳବତ୍ତର ରହିଥିବା ବେଳେ ସମବାୟ ସମିତିର ସମ୍ପାଦକ ନିର୍ବାଚନ ପ୍ରଚାରରେ ସାମିଲ ହେବା ସରକାରୀ ଗାଇଡଲାଇନର ବିରୋଧାଚରଣ କରୁଛି । ତଥାପି ଜଣେ ସମବାୟ ସମିତିର ସମ୍ପାଦକ ହୋଇ ମଧ୍ୟ ଖୁଲମଖୁଲା ଶାସକ ଦଳର ବିଧାୟିକାଙ୍କ ସହିତ ମିଶି ନିର୍ବାଚନ ପ୍ରଚାରରେ ସାମିଲ ହେବା ସରକାରୀ ଆଚରଣ ବିଧିର ଉଲଂଘନ । ଏହା ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀ ମହଲକୁ ଆଶ୍ଚାର୍ଯ୍ୟାନ୍ୱିତ କରିଛି ।

ଏପରିସ୍ଥଳେ କଂଗ୍ରେସର ଏ କ୍ଷୀଣ ପ୍ରତିବାଦ ବିରୋଧି ଦଳର ଉପସ୍ଥିତିକୁ ନେଇ ଜନସାଧାରଣରେ ଆଲୋଚନା ଚାଲିଛି । ଏବେ ଭୋକାଲି ସେଠୀ ପ୍ରଶ୍ନ କରିଛନ୍ତି ଯେ, ଶାସକ ଦଳ ବିଧାୟିକାଙ୍କ ପାଇଁ ଏସ ଛଚିନା ପଞ୍ଚାୟତକୁ ସରକାରୀ ଓ ପ୍ରଶାସନ କଣ ନିଲାମ କରିଛନ୍ତି କି ? ଜିଲ୍ଲା ପ୍ରଶାସନ ସରକାରୀ ବିଧି ବ୍ୟବସ୍ଥାକୁ ଖୋଲାଖୋଲି ଉଲଂଘନ କରୁଥିବା ସମବାୟ ସମିତିର ସମ୍ପାଦକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ସେଠୀ ଦାବୀ କରିଛନ୍ତି । ଆଗରୁ ଏହି ପଞ୍ଚାୟତରେ ଆୟୋଜିତ ଗୁଆଘିଅ ଗୀତ ଓ ବନ୍ଧୁ ମିଳନ ନାଁରେ କାର୍ଯ୍ୟକ୍ରମକୁ ନେଇ ବିଧାୟିକା ଓ ତାଙ୍କ ଦଳ ସର୍ବତ୍ର ଲୋକ ମୁଖରେ ସାରା ରାଜ୍ୟରେ ଅପନିନ୍ଦିତ ହୋଇ, ଥାନା ଓ କୋର୍ଟ କଚେରୀରେ କେଶ ଚାଲିଥିବା ବେଳେ ଏବେ ଏ ଆଚଣଣ ବିଧି ଉଲଂଘନ ନେଇ ଚର୍ଚ୍ଚା ଜୋର ଧରିଛି ।

 

 

Get real time updates directly on you device, subscribe now.