fbpx

ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ୟୁଜବେନ୍ଦ୍ର ଚହଲଙ୍କ ଶତକ: ଲିଷ୍ଟରେ ସାମିଲ ଅଛନ୍ତି ସଚିନ ତେନ୍ଦୁଲକର

ଅହମ୍ମଦାବାଦ: ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆରେ ଏକ ବିରାଟ ଅନୁଭୂତି ହାସଲ କରିଛନ୍ତି ଷ୍ଟାର ବୋଲର ୟୁଜବେନ୍ଦ୍ର ଚହଲ । ପ୍ରଥମ ମ୍ୟାଚରେ ହିଁ ସେ ହାସଲ କରିଛନ୍ତି ଏକ ଶତକ । ଭାରତୀୟ ସ୍ପିନର ଭାବରେ ସେ ହାସଲ କରିଛନ୍ତି ୧୦୦ତମ ୱିକେଟ । ଲେଗ ସ୍ପିନର ଭାବରେ ଏହି ରେକର୍ଡ ସୃଷ୍ଟି କରିବାରେ ସେ ହୋଇଛନ୍ତି ଦ୍ୱିତୀୟ ଖେଳାଳି । ପୂର୍ବରୁ ଭାରତ ପକ୍ଷରୁ ଖେଳି ଏହି ରେକର୍ଡ ନିଜ ନାମରେ କରିଥିଲେ ପୂର୍ବତନ ଅଧିନାୟକ ଅନିଲ କୁମ୍ବଲେ । ନିଜ କୋଟାର ବୋଲିଂ ଆରମ୍ଭରୁ ହିଁ ସେ ୱେଷ୍ଟଇଣ୍ଡିଜ ବିପକ୍ଷରେ ହାଲ୍ଲା ବୋଲ କରିଥିଲେ । ପ୍ରଥମ ୯ଟି ବଲରେ ୩ଟି ମୂଲ୍ୟବାନ ୱିକେଟ ଅକ୍ତିଆର କରିଥିଲେ ଚହଲ । ତାଙ୍କର ଘାତକ ବୋଲିଂ ଆଗରେ ଫେଲ ମାରିଛି ୱେଷ୍ଟ ଇଣ୍ଡିଜର ବ୍ୟାଟିଂ ଅର୍ଡର ।

Yuzvendra Chahal Dismisses Kieron Pollard On a Golden Duckଭାରତୀୟ ସ୍ପିନରମାନଙ୍କ ତାଲିକାରେ ସେ ନବମ ଖେଳାଳି ଭାବରେ ଏହି କାର୍ଣ୍ଣାମା କରିଛନ୍ତି । ତେବେ ଅନିଲ କୁମ୍ବଲେଙ୍କ ନାଁରେ ରହିଛି ଦିନିକିଆରେ ସବୁଠୁ ଅଧିକ ୱିକେଟ । ତାଙ୍କ ଦିନିକିଆ କ୍ୟାରିୟରରେ ସେ ମୋଟ ୩୩୪ ୱିକେଟ ଅକ୍ତିଆର କରିଛନ୍ତି । ଏହାପରେ ୨୬୫ଦିନିକିଆ ୱିକେଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ପୂର୍ବତନ ଅଫ-ବ୍ରେକ ବୋଲର ହରଭଜନ ସିଂହ । ଏହା ବ୍ୟତୀତ ରବିନ୍ଦ୍ର ଜାଡେଜା(୧୮୮), ସଚିନ ତେନ୍ଦୁଲକର(୧୫୪), ଆର ଅଶ୍ୱୀନ(୧୫୧), ରବି ଶାସ୍ତ୍ରୀ(୧୨୯) ଏବଂ ୟୁବରାଜ ସିଂହ(୧୧୦)ଙ୍କ ଭଳି ମହାନ କ୍ରିକେଟର ଏହି ତାଲିକାରେ ସାମିଲ ରହିଛନ୍ତି ।

Get real time updates directly on you device, subscribe now.