fbpx

ଲତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ: କହିଲେ ହରାଇଲୁ ମହାନ ଗାୟକଙ୍କୁ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ରବିବାର ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ନିଜର ସମ୍ବେଦନା ବ୍ୟକ୍ତ କରିବା ସହ ଖାନ କହିଛନ୍ତି ଜଣେ ମହାନ ଗାୟକଙ୍କୁ ଆମେ ହରାଇଛୁ ।

ଇମରାନ ରବିବାର ଏକ ଟ୍ୱିଟ କରି ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଲେଖିଛନ୍ତି ଲତାଙ୍କ ମୃତ୍ୟୁ ସହ ଉପମହାଦ୍ୱୀପ ଦୁନିଆର ସେହି ମହାନ ଗାୟକଙ୍କ ମଧ୍ୟରୁ ଜଣକୁ ହରାଇଛି ଯାହାଙ୍କୁ ଦୁନିଆ ଜାଣିଛି । ତାଙ୍କ ଗୀତ ଶୁଣି ଦୁନିଆର ବହୁତ ଲୋକଙ୍କୁ ବହୁତ ଶାନ୍ତି ମିଳୁଥିଲା । ଇମରାନଙ୍କ ସରକାରରେ ମନ୍ତ୍ରୀ ଥିବା ଫବାଦ ହୁସେନ ମଧ୍ୟ ଟ୍ୱିଟ୍ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ସୂଚନାଯୋଗ୍ୟ, ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ରବିବାର ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ମୁମ୍ବାଇର ଶିବାଜୀ ପାର୍କରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦର ସହ ତାଙ୍କର ଅନ୍ତିମ ସଂସ୍କାର ହୋଇଥିଲା । ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ ପ୍ରାଧାନମନ୍ତ୍ରୀଙ୍କ ସମତେ ଅନେକ ସେଲିବ୍ରିଟି ଏବଂ ସାଧାରଣ ଜନତା ।

Get real time updates directly on you device, subscribe now.