fbpx

ୟୁକେନ୍ ସଙ୍କଟ: ସୀମାରେ ଏସ୍-୪୦୦ ମିଶାଇଲ ନିୟୋଜିତ କରୁଛି ଋଷ, ସାଟେଲାଇଟ ଫଟୋରୁ ମିଳିଲା ପ୍ରମାଣ

ନୂଆଦିଲ୍ଲୀ: ଋଷିଆ ୟୁକ୍ରେନ ମଧ୍ୟରେ ଜାରି ରହିଛି । ଏହାରି ମଧ୍ୟରେ ଆମେରିକାର ମାକ୍ସାର ଟେକ୍ନୋଲୋଜୀ ଏକ ସାଟେଲାଇଟ ଫୋଟୋ ଜାରିକରିଛି । ଏହି ସାଟେଲାଇଟ ଫଟୋରେ ବେଲାରୁସ ୟୁକ୍ରେନ ବର୍ଡରେ ନିକଟରେ ଋଷ ନିୟୋଜିତ କରୁଥିବା ସୈନ୍ୟ ଟ୍ରୁପ୍ ଦେଖାଯାଉଛି ।

ଫଟୋରେ ୧୫ ଏସୟୁ ୨୫ ଗ୍ରାଉଣ୍ଡ ଆଟାକ ଏୟାରକ୍ରାଫ୍ଟ, ଏସ-୪୦୦ ଏୟାର ଡିଫ୍ସେନ ସିଷ୍ଟମ, ଏସଏସ୨୬ ଇସକନଦର ମିଶାଇଲ ଏବଂ ରକେଟ ନିୟୋଜିତ ହୋଇଥିବାର ଦେଖାଯାଉଛି । ଋଷିଆ କିନ୍ତୁ ୟୁକ୍ରେନ ଉପରେ ଆକ୍ରମଣ କରିବା କଥାକୁ ମନା କରିଆସୁଛି । ମାକ୍ସାର ଟେକ୍ନୋଲୋଜୀର ଫଟୋରୁ ଜଣାପଡ଼ୁଛି କ୍ୟାମ୍ପ ଗୁଡ଼ିକ ୟୁକ୍ରେନ ବର୍ଡରର ୧୦୦ ମାଇଲ ଦୂରରେ ରହିଛି । ସେପଟେ ୟୁକ୍ରେନ ବର୍ଡର ନିକଟରେ ସୈନ୍ୟବଳ ନିୟୋଜନକୁ ନେଇ ଉଭୟ ଋଷିଆ ଏବଂ ବେଲାରୁସ ଏହି ଘଟଣାକୁ ନେଇ କୌଣସି ମନ୍ତବ୍ୟ ରଖିନାହାନ୍ତି ।

ସେପଟେ ଋଷିଆ ଏବଂ ବେଲାରୁସ୍ କହିଛନ୍ତି ଯେ ସେମାନେ ଫେବୃଆରୀ ୧୦ ରୁ ୨୦ ମଧ୍ୟରେ ହେବାକୁ ଥିବା ‘ୟୁନିୟନ ରିସଲ୍ଭ ୨୦୨୨’ ଯୋଗଦେବାକୁ ଯାଉଛନ୍ତି । ଏହାର ଲକ୍ଷ୍ୟ ରହିଛି ଦକ୍ଷିଣ କ୍ଷେତ୍ରରେ ହେବାକୁଥିବା ଆକ୍ରମଣକୁ ଏଡ଼ାଇବା । ନାଟୋ ଏହାକୁ ଶୀତଳ ଯୁଦ୍ଧ ପରେ ବେଲାରୁସରେ ସବୁଠାରୁ ଅଧିକ ସୈନ୍ୟବଳ ଏକାଠି ହୋଇଛନ୍ତି ବୋଲି କହିଛନ୍ତି ।

ଏହାରି ମଧ୍ୟରେ ପଶ୍ଚିମ ଦେଶଗୁଡ଼ିକ ଡିପ୍ଲୋମାଟିକ୍ ସ୍ତରରେ କଥାବାର୍ତ୍ତା ଚଳାଇଛନ୍ତି । ଫେଞ୍ଜ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ କହିଛନ୍ତି ସେ ୟୁକ୍ରେନ ଉପରେ ଆକ୍ରମଣ ସମ୍ଭାବନାକୁ କଥାବାର୍ତ୍ତା ମାଧ୍ୟମରେ ଏଡ଼ାଇ ପାରିବେ । ଏନେଇ ସେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ କଥାବାର୍ତ୍ତା କରିଛନ୍ତି ।

ସେପଟେ ଆମେରିକାର ଅଧିକାରୀ କହିଛନ୍ତି ଋଷିଆ ୟୁକ୍ରେନ ବର୍ଡର ନିକଟକୁ ଆହୁରି ସେନ୍ୟ ପଠାଇବ ଏହା ୧,୫୦,୦୦୦ ସେନ୍ୟ ଟ୍ରୁପ୍ ପଠାଇବାର ଯୋଜନା କରୁଛି ଯାହା ପୁତିନଙ୍କୁ ପୁରା ଦମରେ ଆକ୍ରମଣ କରିବା ଉପରେ ସହାୟକ ହେବ । ୟୁକ୍ରେନ ମଧ୍ୟ ଏହାର କିଛି ସେନ୍ୟ ବର୍ଡର ନିକଟରେ ଏକାଠି କରିଛି ।

Get real time updates directly on you device, subscribe now.