fbpx

ରହସ୍ୟ ଘେରରେ OUAT ପ୍ରଫେସରଙ୍କ ମୃତ୍ୟୁ: ସ୍ୱାମୀଙ୍କ ରିଲେସନସିପ୍ ନେଇ ବଢ଼ିଲା ସନ୍ଦେହ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟରେ ପ୍ରେମଜନିତ ଅପରାଧିକ ମାମଲା ବଢ଼ିବାରେ ଲାଗିଛି । ପ୍ରାୟ ଦୁଇ ସପ୍ତାହ ଧରି ରାଜଧାନୀର ଯୁବ ବ୍ୟବସାୟୀ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଆଜି ଘଟିଛି ଆଉ ଏକ ଘଟଣା । ଓଡ଼ିଶା କୃଷି ଓ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ସହକାରୀ ପ୍ରଫେସର ବାସନ୍ତୀ ଜେନାଙ୍କ ମୃତଦେହ ତାଙ୍କ ବାସଭବନ ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିବାକୁ ନେଇ ବଢ଼ୁଛି ରହସ୍ୟ ।

ତେବେ ବାସନ୍ତୀ ଓ ତାଙ୍କର ପତି ଉଭୟେ ସହକାରୀ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ବେଳେ ସାମ୍ନାକୁ ଆସିଛି ନୂଆ ତଥ୍ୟ । ବାସନ୍ତୀ ତାଙ୍କ ପୁଅର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହୁଥିଲେ । ଏଥିସହ ତାଙ୍କ ସ୍ୱାମୀଙ୍କ ପରକିୟା ପ୍ରୀତି ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତାଙ୍କର ସ୍ୱାମୀ ଅଧିକାଂଶ ସମୟରେ ଘରକୁ ମଦ୍ୟପାନ କରି ଆସୁଥିଲେ ଏନେଇ କିଛି ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲେ ହେଁ ଏହାକୁ ଖଣ୍ଡନ କରିଛନ୍ତି ତାଙ୍କର ସ୍ୱାମୀ । ତେବେ ଏହି ଅଭିଯୋଗ କେତେଦୂର ସତ୍ୟ, ତାହା ପୋଲିସର ତଦନ୍ତ ପରେ ଜଣାପଡ଼ିବ ।

Get real time updates directly on you device, subscribe now.