fbpx

ଓଡ଼ିଶାରେ ବିଧାନ ପରିଷଦ ଗଠନ ପ୍ରସଙ୍ଗ: କେନ୍ଦ୍ର ଓ ରାଜ୍ୟର ତଥ୍ୟରେ ରହୁନି ତାଳମେଳ, ବଢ଼ୁଛି ବିବାଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବିଧାନ ପରିଷଦ ଗଠନକୁ ନେଇ ଉପୁଜିଛି ବିବାଦ । କେନ୍ଦ୍ର ଓ ରାଜ୍ୟର ମନ୍ତବ୍ୟରେ କୌଣସି ତାଳମେଳ ରହୁନାହିଁ । ନିକଟରେ ରାଜ୍ୟସଭାରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କିଛି ପ୍ରଶ୍ନ କରିଥିଲେ । କେଉଁ ରାଜ୍ୟରେ ବିଧାନ ପରିଷଦ ଅଛି ଓ ଓଡ଼ିଶାରେ ଏହା ଗଠନ ନେଇ କେନ୍ଦ୍ର ସରକାର କି ପଦକ୍ଷେପ ନେଇଛନ୍ତି ବୋଲି ପ୍ରସନ୍ନ ଜାଣିବାକୁ ଚାହିଁଥିଲେ । ଏହାର ଉତ୍ତରରେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ କହିଥିଲେ ଯେ, କିଛି ରାଜ୍ୟରେ ବିଧାନ ପରିଷଦ ଅଛି । ଆଉ କିଛି ରାଜ୍ୟରେ ଏହା ଗଠନ ନେଇ ବିଧାନସଭାରେ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହିତ ହୋଇଛି । ମାତ୍ର ଓଡ଼ିଶାରୁ ଏ ବାବଦରେ କୌଣସି ପ୍ରସ୍ତାବ ଆସିନାହିଁ ।

ଏ ପ୍ରସଙ୍ଗରେ ଆଜି ବିଧାନସଭାରେ ନିଜର ମତ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସେ କହିଛନ୍ତି ଯେ, ବିଧାନସଭାରେ ସଂକଳ୍ପ ପାରିତ ହେବା ପରେ ଗତ ୨୦୧୮ ମସିହା ସେପ୍ଟେମ୍ବର ୧୮ରେ ଏନେଇ କେନ୍ଦ୍ରକୁ ପ୍ରସ୍ତାବ ପଠାଯାଇଥିଲା । ରାଜ୍ୟରେ ବିଧାନ ପରିଷଦ ଗଠନ ନେଇ ୨୦୧୫ରୁ ପ୍ରୟାସ ଆରମ୍ଭ ହୋଇଥିବା ବେଳେ ଏନେଇ ଏକ କମିଟି ମଧ୍ୟ ଗଠିତ ହୋଇଥିଲା । କେନ୍ଦ୍ର ଚିଠି ନ ପାଇବା କହିବା ଅତ୍ୟନ୍ତ ଦୁଃଖର ବିଷୟ । ଏ ବାବଦରେ ଲୋକସଭା, ରାଜ୍ୟସଭା, ସଂସଦୀୟ ବ୍ୟାପାର ଓ ଆଇନ ସଚିବଙ୍କ ନିକଟକୁ ଚିଠି ପଠାଯାଇଥିଲା ।

Get real time updates directly on you device, subscribe now.