fbpx

ସାଇଲେଣ୍ଟ ଟାଏ-ବ୍ରେକର ବିଡ କ’ଣ?

IPL ଅକ୍ସନରେ ଆସିପାରେ ସାଇଲେଣ୍ଟ-ଟାଏ ବ୍ରେକର । ଜଣେ ଖେଳାଳିଙ୍କୁ ଶେଷ ବିଡ ସମୟରେ ଏହି ନିୟମ ଲାଗୁ କରାଯାଏ । ଯାହା ପରେ ଫ୍ରାଞ୍ଚାଇଜିର ପର୍ସ ଶେଷ ହୋଇଯାଏ । ଏହି ନିୟମ ଅନୁସାରେ କୌଣସି ଖେଳାଳି ପ୍ରତି ଏକାଧିକ ଦଳ ବୋଲି ଲଗାଇପାରେ । ଏପରିକି ପ୍ରଥମ ଦଳର ବିଡ ଅନ୍ୟ ଏକ ଦଳର ବିଡ ସହିତ ମଧ୍ୟ ସମାନ ହୋଇପାରେ । ଏମିତି କ୍ଷେତ୍ରରେ ପ୍ରତ୍ୟେକ ଦଳକୁ ଆଉ ଏକ ପନ୍ଥା ଅବଲମ୍ବନ କରିବାକୁ ପଡେ । ଫ୍ରାଞ୍ଚାଇଜିମାନଙ୍କ ଦ୍ୱାରା ବିସିସିଆଇକୁ ଲିକିତ ଭାବରେ ଶେଷ ବିଡ ଦାଖଲ କରାଯାଏ । ଏହା ଦ୍ୱାରା ଖେଳାଳିଙ୍କୁ ଦଳରେ ସୁରକ୍ଷିତ ରଖିବା ପାଇଁ ବିସିସିଆଇକୁ ଏକ ବରିମାଣର ଫ୍ରାଞ୍ଚାଇଜି ଦେବାକୁ ପଡିବ ।

Jofra Archer to skip IPL 2021 despite recovery from elbow injury, ECB confirms

ତେବେ IPL ୨୦୨୨ ରେ ଏହି ଖେଳାଳି ଜଣକ ହେଉଛନ୍ତି ଜୋଫ୍ରା ଆର୍ଚର । ଚଳିତ ସିଜନରେ ସେ ଉପଲବ୍ଧ ନଥିବା ବେଳେ ତାଙ୍କ ନାମ ଏହି ତାଲିକାରେ ରହିଛି । ତେଣୁ ଏହି ଷ୍ଟାର ବୋଲରଙ୍କୁ କେଉଁ ଦଳ ନିଜର କରିବ ତାହା ଉପରେ ସମସ୍ତଙ୍କ ନଜର । ପୂର୍ବରୁ ୨୦୧୦ ମସିହାରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏବଂ କାଏରନ ପୋଲାର୍ଡ ଏହି ଧାରାରେ ଫ୍ରାଞ୍ଚାଇଜି ସହିତ ଯୋଡି ହୋଇଥିଲେ ।

 

Get real time updates directly on you device, subscribe now.