fbpx

Indian Air Foce Recruitmnet 2022:୧୦ମ ପାସଙ୍କ ପାଇଁ ଭାରତୀୟ ବାୟୁସେନାରେ ନିଯୁକ୍ତି ସୁଯୋଗ, ବିନା ପରୀକ୍ଷାରେ ହେବ ସିଲେକ୍ସନ, ଜଲଦୀ କରନ୍ତୁ ଆବେଦନ

ଭାରତୀୟ ବାୟୁସେନାରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ଏଥିପାଇଁ ଭାରତୀୟ ବାୟୁସେନାର ଓଝାର ଷ୍ଟେସନ ପାଇଁ ଆପରେଣ୍ଟିସ୍ ଟ୍ରେନିଂ ପାଠ୍ୟକ୍ରମ ପାଇଁ ଆପ୍ରେଣ୍ଟିସ ପଦରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରାଯାଉଛି । ଇଚ୍ଛୁକ ଏବଂ ଯୋଗ୍ୟ ଆଶାୟୀ ଏହି ପଦରେ ଆବେଦନ କରିବାକୁ ଚାହୁଥିଲେ, ସେମାନେ ଭାରତୀୟ ବାୟୁସେନାର ଅଫିସିଆଲ ୱେବସାଇଟ indianairfoce.nic.in କୁ ଯାଇ ଆବେଦନ କରିପାରିବେ  । ଏହି ପଦରେ ଆବେଦନ କରିବା ପାଇଁ ଶେଷ ତାରିଖ ୧୯ ଫେବୃଆରୀ ରହିଛି । ସମୁଦାୟ ୮୦ ପଦ ପାଇଁ ଆବେଦନ ଗ୍ରହଣ କରାଯାଉଛି । ତେବେ ଆବେଦନ କରିବା ପୂର୍ବରୁ ଆଶାୟୀଙ୍କୁ ଅଫିସିଆଲ ନୋଟିଫିକେସନ ପଢ଼ିନେବାକୁ ପରାମର୍ଶ ।

ଏହି ସବୁ ପଦ ପାଇଁ ରହିଛି ଆବେଦନ:

ମେସିନିଷ୍ଟ-୪

ସିଟ ମେଟାଲ-୭

ୱେଲ୍ଡର-୬

ମେକାନିକ୍-୯

କାରପେଣ୍ଟର-୩

ଇଲେକ୍ଟ୍ରିସିଆନ ଏୟାରକ୍ରାଫ୍ଟ-୨୪

ପେଣ୍ଟର ଜେନେରାଲ-୧

ଫିଟର-୨୪

ଯୋଗ୍ୟତା ଏବଂ ବୟସ:

ଆଶାୟୀ କୌଣସି ମାନ୍ୟତା ପ୍ରାପ୍ତ ବୋର୍ଡରୁ ୫୦% ଅଙ୍କ ସହ ଦଶମ ପାସ୍ କରିଥିବା ଆବଶ୍ୟକ । ଏହା ସହ ୬୫% ଅଙ୍କ ସହ ଆଇଟିଆଇ ପାସ ହେବା ଏବଂ ସାର୍ଟିଫିକେଟ ହୋଇଥିବା ଦରକାର । ଆବେଦନ କରିବା ପାଇଁ ଆଶାୟୀଙ୍କ ବୟସ ସୀମା ୧୪ ରୁ ୨୧ ମଧ୍ୟରେ ହୋଇଥିବା ଆବଶ୍ୟକ । ମେରିଟ୍ ଲିଷ୍ଟ୍ ୧୦ମ/ଦ୍ୱାଦଶ/ଆଇଟିଆଇ ଏବଂ ପ୍ରାକ୍ଟିକାଲ ପରୀକ୍ଷଶରେ ପ୍ରାପ୍ତ ଅଙ୍କ ଆଧାରରେ ପ୍ରସ୍ତୁତ କରାଯିବ ।

ଏହା ଛଡ଼ା ଆଶାୟୀ ସିଧାସଳଖ ଏହି ଲିଙ୍କ୍ ଦ୍ୱାରା ଅଫିସିଆଲ ନୋଟିଫିକେସନ ପଢ଼ିପାରିବେ । https://images.news18.com/ibnkhabar/uploads/2022/02/Indian-Air-Force-Recruitment-2022.pdf

Get real time updates directly on you device, subscribe now.