fbpx

ଚନ୍ନି ଜଣେ ଦୁର୍ନୀତିଗ୍ରସ୍ତ ନେତା: ରାଲିରେ ବିଷ ଉଗାଳିଲେ ସିଦ୍ଧୁଙ୍କ ଝିଅ ରାବିୟା [Video]

ନୂଆଦିଲ୍ଳୀ: ପଞ୍ଜାବ କଂଗ୍ରେସରେ ରହିଥିବା ଅଡୁଆ ପରସ୍ଥିତିକ ଦିନକୁ ଦିନ ଆହୁରି ଜଟିଳ ହେବାରେ ଲାଗିଛି । ପଞ୍ଜାବ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚରଣଜିତ ସିଂ ଚନ୍ନିଙ୍କୁ ସମାଲୋଚନା କରିଛନ୍ତି ନଭଜୋତ ସିଂ ସିଦ୍ଧୁଙ୍କ ଝିଅ ରାବିୟା କୌର । ବିଧାନସଭା ନିର୍ବାଚନ ପୂର୍ବରୁ ଚନ୍ନିଙ୍କ ବିରୋଧରେ ବିଷ ଉଗାଳିଛନ୍ତି ରାବିୟା । ରାବିୟା କହିଛନ୍ତି ଚନ୍ନି ଜଣେ ଦୁର୍ନୀତିଗ୍ରସ୍ତ ରାଜନେତା । ଦଳର ମୁଖ୍ୟ ହୁଏତ କୌଣସି ଭାବାବେଗରେ ଏଭଳି ନିଷ୍ପତ୍ତି ନେଇଛନ୍ତି । ଭଲ ଲୋକଙ୍କୁ କିଛି ସମୟ ପାଇଁ ଅଟକାଇ ହେବ ମାତ୍ର ସବୁଦିନ ପାଇଁ ଅଟକାଇବା ସମ୍ଭବ ନୁହେଁ ।

ଲୁଧିଆନାରେ ରବିବାର ଏକ ଭର୍ଚୁଆଲ ରାଲିକୁ ସାମ୍ବୋନ୍ଧିତ କରି ଏହି ଘୋଷଣା କରିଛନ୍ତି ରାହୁଲ ଗାନ୍ଧୀ । ପଞ୍ଜାବର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରଣଜିତ ସିିଂହ ଚନ୍ନୀ ହିଁ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ । ରାହୁଲ କହିଛନ୍ତି ଏହା ‘ମୋର ନୁହେଁ ପଞ୍ଜାବ ଲୋକମାନଙ୍କ ନିଷ୍ପତ୍ତି । ସେ ଆହୁରି କହିଛନ୍ତି ଚନ୍ନୀ ଗରିବ ଘରର ପୁଅ । ଗରିବୀକୁ ବୁଝିଛନ୍ତି, ତାଙ୍କ ହୃଦୟ ଏବଂ ରକ୍ତରେ ପଞ୍ଜାବ ଅଛି ।’ ସୂଚନାଯୋଗ୍ୟ, ପଞ୍ଜାବର ସମସ୍ତ ୧୧୭ ବିଧାନସଭା ଆସନରେ ୨୦ ଫେବୃଆରୀ ଠାରୁ ନିର୍ବାଚନ ଆରମ୍ଭ ହେବ । ମାର୍ଚ୍ଚ ୧୦ରେ ଭୋଟ ଗଣନା ହେବ ।

Get real time updates directly on you device, subscribe now.