ବାପାଙ୍କ ଅନ୍ତିମ ସଂସ୍କାର କଲେ ରବୀନା ଟଣ୍ଡନ: ଅଶ୍ରୁଳ ଆଖିରେ ଦେଲେ ବିଦାୟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ପିତା ରବି ଟଣ୍ଡନଙ୍କ ୮୬ ବର୍ଷ ବୟସରେ ଦେହାନ୍ତ ହୋଇଛି । ମୁମ୍ବାଇ ସ୍ଥିତ ନିଜ ବାସଭବନରେ ଶୁକ୍ରବାର ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଶ୍ୱାସକ୍ରିୟାରେ ସମସ୍ୟା ଏବଂ ବାର୍ଦ୍ଧକ୍ୟଜନିତ କାରଣରୁ ତାଙ୍କର ମୃତ୍ୟୁ ହୋଇଛି । ଆଉ ରବି ଟଣ୍ଡନଙ୍କ ମୃତ୍ୟୁରେ ପୁରା ପରିବାରରେ ଶୋକର ଛାୟାର ଖେଳିଯାଇଛି । ଅନେକ ସେଲିବ୍ରିଟି ତାଙ୍କର ଶେଷ ଦର୍ଶନ ପାଇଁ ଆସିଥିବା ନଜର ଆସିଥିଲା । ଆଉ ବାପାଙ୍କ ମୃତ୍ୟୁ ପରେ ଭାବପ୍ରବଣ ହୋଇପଡ଼ିଛନ୍ତି ରବୀନା । ସୋସିଆଲ ମିଡିଆରେ ନିଜ ବାପାଙ୍କ ସହ ବିତାଇଥିବା ଅନେକ ଫଟୋ ମଧ୍ୟ ଶେୟାର କରିଛନ୍ତି ।

ତେବେ ରବୀନା ରୁଢ଼ିବାଦୀ ନିୟମଙ୍କୁ ଭାଙ୍ଗିବା ସହ ନିଜ ବାପାଙ୍କ ଅନ୍ତିମ ସଂସ୍କାର କରିଛନ୍ତି । ସୋସିଆଲ ମିଡିଆରେ ଏହାକୁ ବେଶ୍ ପ୍ରଶଂସା କରାଯାଉଛି । ତାଙ୍କ ସହ ତାଙ୍କ ସ୍ୱାମୀ ଅନିଲ ଥଡାନୀ ଏବଂ ଭାଇ ରାଜୀବ ଟଣ୍ଡନ ମଧ୍ୟ ରହିଥିଲେ ।

ବାପାଙ୍କ ନିଧନରେ ରବୀନା ଭାବପ୍ରବଣ ହୋଇପଡ଼ିଛନ୍ତି ଏବଂ ପୋଷ୍ଟ କରିଛନ୍ତି ଯେ’ ଆପଣ ସୁବବେଳେ ମୋ ସାଙ୍ଗରେ ରହିବେ, ମୁଁ ସବୁବେଳେ ଆପଣଙ୍କ ଭଳି ରହିବି । କେବେବି ଆପଣଙ୍କ ହାତ ଛାଡ଼ିବି ନାହିଁ, ଳଭ୍ ୟୁ ପାପା ।’

ଉଲ୍ଲେଖଯୋଗ୍ୟ, ରବି ଟଣ୍ଡନ ନିଜ କ୍ୟାରିୟରେ ଅନେକ ବଡ଼ ଫିଲ୍ମର ନିର୍ଦ୍ଦେଶନା କରିଛନ୍ତି । ଯେଉଁଥିରେ ‘ଖେଲ ଖେଲ ମେ’, ‘ଅନହୋନୀ’, ‘ନଜରାନା’, ‘ମଜବୁର’, ‘ଖୁଦ୍ଦାର’ ଏବଂ ‘ଜିନ୍ଦଗୀ’ ଭଳି ଫିଲ୍ମ ରହିଛି ।

Get real time updates directly on you device, subscribe now.