fbpx

Kiss Day 2022: କିସ୍ କରିବା ଦ୍ୱାରା ଶରୀରକୁ ମିଳିଥାଏ ଏହିସବୁ ଚମତ୍କାରୀ ଫାଇଦା, ଜାଣନ୍ତୁ କଣ

ନୂଆଦିଲ୍ଲୀ: ଫେବୃଆରୀ ୭ ତାରିଖରୁ ଭାଲେଣ୍ଟାଇନ୍ ସପ୍ତାହର ଆରମ୍ଭ ହୋଇଥାଏ । ଆଉ ଏହି ପ୍ରେମ ସପ୍ତାହରେ ଆଜି ହେଉଛି କିସ୍ ଡେ ଅର୍ଥାତ୍ ଚୁମ୍ବନ ଦିବସ । ଫେବୃଆରୀ ୧୩ ତାରିଖକୁ ଚୁମ୍ବନ ଦିବସ ରୂପେ ପାଳନ କରନ୍ତି ପ୍ରେମୀ ଯୁଗଳ । ଏହି ଦିନଟି ହେଉଛି ପ୍ରେମ ସପ୍ତାହର ସବୁଠୁ ରୋମାଣ୍ଟିକ୍ ଦିନ । ଏହି ଦିନ ଲୋକମାନେ ନିଜ ନିଜର ପାର୍ଟନର୍ ମାନଙ୍କୁ କିସ୍ କରିଥାନ୍ତି ଓ ସେମାନଙ୍କୁ ସ୍ପେଶାଲ୍ ଅନୁଭବ କରାଇଥାନ୍ତି । ତେବେ କଣ ଆପଣ ଜାଣନ୍ତି କି କିସ୍ କରିବା ଦ୍ୱାରା ଶରୀରକୁ ଅନେକ ଫାଇଦା ମଧ୍ୟ ମିଳିଥାଏ ।

ତେବେ କିସ୍ ବା ଚୁମ୍ବନ ଦେବା ଓ ନେବା ଦ୍ୱାରା ମାନସିକ ସ୍ତରରେ ଓ ଶାରୀରିକ ସ୍ତରରେ ଅନେକ ଲାଭ ମିଳିଥାଏ । ତାହେଲେ ଚାଲନ୍ତୁ ଜାଣିବା କଣ ରହିଛି ଚୁମ୍ବନର ଫାଇଦା…

ବିଜ୍ଞାନ କହୁଛି ଯେ, କିସ୍ କରିବା ଦ୍ୱାରା ଶରୀରରେ ଅକ୍ସିଟୋସିନ୍, ଡୋପୋମାଇନ୍ ଓ ସେରୋଟୋନିନ ଭଳି କେମିକାଲ୍ସ ରିଲିଜ୍ ହୋଇଥାଏ । ଯାହା ଆମକୁ ଖୁସି ଓ ଉତ୍ସାହ ଅନୁଭବ କରାଇଥାଏ । ଏହାଛଡ଼ା କିସ୍ କରିବା ଦ୍ୱାରା କାର୍ଟିସୋଲ୍ ଅର୍ଥାତ୍ ଷ୍ଟ୍ରେସ୍ ହରମୋନ୍ ର ସ୍ତର କମ୍ ହୋଇଥାଏ ।

ସେହିପରି କିସ୍ କରିବା ବେଳେ ଶରୀରରୁ ଯେଉଁ ଅକ୍ସିଟୋସିନ୍ ରିଲି୍ଜ ହୋଇଥାଏ, ତାହା ଦୁଇଜଣଙ୍କ ମଧ୍ୟରେ ଭାବନା ଓ ସମ୍ପର୍କକୁ ଦୃଢ଼ କରିଥାଏ । ୨୦୧୬ ମସିହାରେ କରାଯାଇଥିବା ଏକ ଷ୍ଟଡିରୁ ଜଣାପଡ଼ିଛି ଯେ, କିସ୍ କରିବା ଦ୍ୱାରା କାର୍ଟିସୋଲ୍ ର ମାତ୍ରା କମ୍ ହୋଇଥାଏ । କାରଣ ଏହି କାର୍ଟିସେଲ୍ ଶରୀରରେ ଷ୍ଟ୍ରେସ୍ କୁ ବୃଦ୍ଧି କରିଥାଏ ।

ଏହା ବ୍ୟତୀତ କିସ୍ କରିବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ ଓ ସେକ୍ସ ଡ୍ରାଇଭ୍ ବୁଷ୍ଟ୍ ହୋଇଥାଏ ।

Get real time updates directly on you device, subscribe now.