୫୪ଟି ଚାଇନା ଆପ୍ ବ୍ୟାନ୍ କଲେ ମୋଦି ସରକାର, ଦେଖନ୍ତୁ ଲିଷ୍ଟ୍

ନୂଆଦିଲ୍ଲୀ: ଭାରତ ସରକାର ଚୀନର ଆଉ ୫୪ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ତେବେ ବ୍ୟାନ୍ ହୋଇଥିବା ଆପ୍ ଗୁଡ଼ିକର ଅଫିସିଆଲ୍ ଲିଷ୍ଟ୍ ଜାରି ହୋଇନାହିଁ । କିନ୍ତୁ ବିଶେଷ ସୁତ୍ରରୁ ଏହି ଖବର ପ୍ରକାଶ ପାଇଛି । ୨୦୨୦ରେ ମୋଟ ୨୭୦ଟି ଚାଇନା ଆପ୍ କୁ ବ୍ୟାନ୍ କରାଯାଇଥିଲା । ଆଉ ୨୦୨୨ରେ ଏହା ହେଉଛି ପ୍ରଥମ ଡିଜିଟାଲ୍ ଷ୍ଟ୍ରାଇକ୍ ।

ତେବେ ଏହି ଆପ୍ ଗୁଡ଼ିକ ମଧ୍ୟରେ ଲୋକପ୍ରିୟ ଗରୀନା ଫ୍ରୀ ଫାୟାର୍ ଗେମ୍ ବି ସାମିଲ ରହିଛି । କାହିଁକି ନା ପୂର୍ବରୁ ମଧ୍ୟ ଏହି ଆପ୍ କୁ ଗୁଗୁଲ୍ ପ୍ଲେ ଷ୍ଟୋର୍ ରୁ ହଟାଇ ଦିଆଯାଇଥିଲା । ତେଣୁ ଏହି ଗେମ୍ ଏହି ୫୪ ତାଲିକାରେ ସାମିଲ ଥାଇପାରେ ବୋଲି ଆଶଙ୍କା କରାଯାଉଛି । ଏହି ୫୪ଟି ଆପ୍ କୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୩୨୦ଟି ଆପ୍ କୁ ବ୍ୟାନ୍ କରାଗଲାଣି ।

Sweet Selfie HD, Beauty Camera – Selfie Camera, Equalizer & Bass Booster, CamCard for SalesForce Ent, Isoland 2: Ashes of Time Lite, Viva Video Editor, Tencent Xriver, Onmyoji Chess, Onmyoji Arena, AppLock ଓ Dual Space Lite

ସୂଚନାଯୋଗ୍ୟ, ଭାରତ ସରକାର ଦେଶରୁ ଟିକଟକ୍ ଓ ପବଜି ଭଳି ଲୋକପ୍ରିୟ ମୋବାଇଲ୍ ଗେମ୍ ଆପ୍ କୁ ବ୍ୟାନ୍ କରିଛନ୍ତି । ହେଲେ ପରବର୍ତ୍ତୀ ସମୟରେ ପବଜି ଭାରତକୁ ପୁଣି ଫେରିଥିଲା । କ୍ରାଫ୍ଟନ୍ ଏକ ନୂତନ କାର୍ଯ୍ୟାଳୟ ଖୋଲିବାରେ ଚୀନୀ ପାର୍ଟନର୍ ଙ୍କ ସହିତ ନିଜ ସମ୍ବନ୍ଧ ଭାଙ୍ଗି ଦେଇଥିଲା । କିନ୍ତୁ ଟିକଟକ୍ ବ୍ୟାନ କରାଯାଇନଥିଲା ।