fbpx

ରାମଚରଣଙ୍କୁ ଘେରିଗଲେ ଫ୍ୟାନ୍: ତା’ପରେ କଣ ହେଲା ଦେଖନ୍ତୁ ଭିଡିଓ

ନୂଆଦିଲ୍ଳୀ: ତେଲୁଗୁ ସୁପରଷ୍ଟାର ରାମଚରଣ ନିଜ ରାଜ୍ୟରେ ବେଶ ଲୋକପ୍ରିୟ । ଆରଆରଆର ପାଇଁ ତାଙ୍କୁ ସମଗ୍ର ଦେଶ ଜାଣିଥିବା ବେଳେ ନିକଟରେ ଫ୍ୟାନଙ୍କ ମଧ୍ୟରେ ଫସି ଯାଇଥିଲେ ଚରଣ । ନିଜର ୧୫ ତମ ଫିଲ୍ମର ଶୁଟିଂରେ ବ୍ୟସ୍ତ ଥିବା ରାମଚରଣ ରାଜମଣ୍ଡ୍ରି ବିମାନ ବନ୍ଦରରୁ ହୋଟେଲ ଯାଉଥିବା ବେଳେ ଫ୍ୟାନଙ୍କ ହାବୁଡରେ ପଡି ଯାଇଥିଲେ । ବିମାନ ବନ୍ଦର ଭିତରେ ଫ୍ୟାନ ମାନେ ଫଟୋ ଉଠାଇବା ପାଇଁ ପ୍ରତିଯୋଗିତା ଲାଗିଥିବା ବେଳେ ଭିଡ ନିୟନ୍ତ୍ରଣ କରିବାକୁ ପୋଲିସକୁ ନାକେଦମ ହେବାକୁ ପଡିଥିଲା ।

 

View this post on Instagram

 

A post shared by Kamlesh Nand (work) (@artistrybuzz_)

ଏହା ସହିତ ବିମାନ ବନ୍ଦର ବାହାରେ ଉଭୟ ପାଶ୍ୱର୍ରେ ଛିଡା ହୋଇ ଫ୍ୟାନ ମାନେ ଚରଣଙ୍କୁ ସ୍ୱାଗତ କରିଥିଲେ । ଆରସି-୧୫ ଫିଲ୍ମଟି ଏକ ପଲିଟିକାଲ ଡ୍ରାମା ଫିଲ୍ମ ଅଟେ । ଏହି ଫିଲ୍ମଟିର ନିର୍ଦ୍ଦେଶନା ଦେଉଛନ୍ତି ଶଙ୍କର । କାର୍ତ୍ତିକ ସୁବାରାଜ ଏହି ଫିଲ୍ମର କାହାଣୀ ଲେଖିଛନ୍ତି । ଏହି ଫିଲ୍ମଟି ଉଭୟ ତେଲୁଗୁ ଓ ତାମିଲ ଭାଷାରେ ନିର୍ମିତ ହେବ । ଏହା ବ୍ୟତିତ ଜୁନିୟର ଏନଟିଆର ଏବଂ ରାମଚରଣଙ୍କ ଅଭିନୀତ ଆରଆରଆର ମାର୍ଚ୍ଚ ୨୫ ତାରିଖରେ ମୁକ୍ତିଲାଭ କରିବ ।

Get real time updates directly on you device, subscribe now.