ନୂଆଦିଲ୍ଲୀ: IPL ୨୦୨୨ ପାଇଁ ସରିଛି ମେଗା ଅକ୍ସନ । ନିଜ ନିଜ ମନ ପସନ୍ଦର ଖେଳାଳିମାନଙ୍କୁ ନେଇ ତିଆରି ହୋଇ ସାରିଛି ନୂଆ ଦଳ । ୧୦ଟି ଦଳଙ୍କ ଟାର୍ଗେଟ ଏବେ ଟାଟା IPL ୨୦୨୨ର ଟ୍ରଫି ଉପରେ । କିନ୍ତୁ ଅକ୍ସନ ପରେ ସବୁଠୁ ବଡ ଚିନ୍ତାରେ ପଡିଛି ଚମ୍ପିଆନ ଦଳ ଚେନ୍ନାଇ ସୁପର କିଙ୍ଗସ । ନିଜର ଆଇକନ ପ୍ଲେୟର ୪ ଜଣଙ୍କୁ ରିଟେନ କରିବା ପରେ ପ୍ରୟଥମେ ଅକ୍ସନରୁ ପୁରୁଣା ଷ୍ଟାର ଖେଳାଳିମାନଙ୍କୁ କିଣି ଥିଲା ଚେନ୍ନାଇ । କିନ୍ତୁ ଏହାପରେ ଅକ୍ସନରେ ଚୁପ ହୋଇ ବସିଯାଇଥିଲା ସିଏସକେ । ଯାହା ସମସ୍ତଙ୍କୁ ଚକିତ କରି ଦେଇଥିଲା । ଏପରିକି ଦଳ ପୂର୍ବସିଜନର ସୁପରଷ୍ଟାର ଓପନର ଫାଫ ଡୁ ପ୍ଲେସିସଙ୍କ ସହିତ ଶାର୍ଦ୍ଦୁଳ ଠାକୁର ଏବଂ ଜୋସ ହାଜେଲଉଡଙ୍କୁ ମଧ୍ୟ ହାତଛଡା କରି ଦେଇଛି । ଯାହାକୁ ଦଳ ଏବେ ଖୁବ ପଶ୍ଚାତାପ କରୁଥିବ ।
ଅକ୍ସନର ଶେଷରେ ଦଳ ପାଖରେ ୨୫ ଖେଳାଳି ଥିଲେ ସତ । କିନ୍ତୁ ହାତଗଣତି କିଛି ଖେଳାଳିଙ୍କ ବ୍ୟତୀତ ଅଧିକାଂଶ ଖେଳାଳି ଅନଭିଜ୍ଞ ଅଛନ୍ତି । ସେପଟେ ଡୁ ପ୍ଲେସିସଙ୍କ ପରେ ଦଳ ନିକଟରେ ଏବେ ଅନୁଭବୀ ଓପନର ଭାବରେ ସ୍ଥାନରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଗୋଟିଏ ପଟେ ଋତୁରାଜ ଗାଏକ୍ୱାଡ ଥିବା ବେଳେ ତାଙ୍କ ସହିତ କିଏ ପାଳି ଆରମ୍ଭ କରିବ ସେ ନେଇ ଚିନ୍ତା । ତେବେ ଡିଭନ କନୱେ ଏବଂ ରବିନ ଉତ୍ଥାପା ଓପନର ଭାବେ ଭଲ ବିକଳ୍ପ ହୋଇ ପାରନ୍ତି । ଏହା ବ୍ୟତୀତ ଅମ୍ବାତି ରାୟୁଡୁ ମଧ୍ୟ ଓପନର ଭାବରେ କରି ଭଲ ପ୍ରଦର୍ଶନ କରି ସାରିଛନ୍ତି । ତେବେ କଣ ରହିବ ମାହିଙ୍କ ଷ୍ଟାଟେଜି, ଏହା ଉପରେ ରହିଛି ସମସ୍ତ କ୍ରିକେଟପ୍ରେମୀଙ୍କ ନଜର ।