fbpx

ମମତା ବାନାର୍ଜୀଙ୍କ ଆଞ୍ଚଳିକ ପାର୍ଟିକୁ ସନ୍ଦେଶ, ୨୦୨୪ରେ ମୋଦୀଙ୍କୁ ହରାଇବାକୁ ହେଲେ ୟୁପି, ବଙ୍ଗ ଜିତିବାକୁ ପଡିବ

କୋଲକାତା: ଯଦି ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ହରାଇବାର ଅଛି ତେବେ ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ସମାଜବାଦୀ ପାର୍ଟି ଏବଂ ତୃଣମୂଳ କଂଗ୍ରେସ ପରି ଆଞ୍ଚଳିକ ଦଳକୁ ଜିତିବାକୁ ପଡିବ। ଏହା କହିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତାଙ୍କ ପାର୍ଟି ସୋମବାର ପଶ୍ଚିମବଙ୍ଗରେ ଚାରି ଗୁରୁତ୍ଵପୂର୍ଣ୍ଣ ସହରରେ ମ୍ୟୁନିସିପାଲ ନିର୍ବାଚନ ଜିତିବା ପରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।
ବାନାର୍ଜୀ ଏହା ସ୍ପଷ୍ଟ କରିଛନ୍ତି ଯେ, ବିଜେପି ବିରୋଧରେ ଆଞ୍ଚଳିକ ଦଳକୁ ନେଇ ମେଣ୍ଟ ଗଠନ ପାଇଁ ସେ କଂଗ୍ରେସ ଉପରେ ନିର୍ଭରଶୀଳ ନଥିଲେ। ସେ କହିଛନ୍ତି, କଂଗ୍ରେସର ଆଞ୍ଚଳିକ ଦଳ ସହ ଭଲ ସଂପର୍କ ନାହିଁ। ଯଦି ବିଜେପି ହାତରୁ ୟୁପି ବଞ୍ଚିଯିବ ତେବେ ଦେଶ ବଞ୍ଚିଯିବ। ଆମକୁ ୨୦୨୪ରେ ନରେନ୍ଦ୍ର ମୋଦୀଙ୍କୁ ହରାଇବାର ଅଛି ଏବଂ ଉତ୍ତର ପ୍ରଦେଶକୁ ବଞ୍ଚାଇବାକୁ ପଡିବ। ମୁଁ ଉତ୍ତର ପ୍ରଦେଶରେ ଅଖିଳେଶ ଯାଦବଙ୍କୁ ଦୁର୍ବଳ କରିବାକୁ ଚାହୁଁନାହିଁ। ତେଣୁ ଟିଏମସି ୟୁପିରେ ପ୍ରାର୍ଥୀ ଦେଇ ନାହିଁ।
ଏହା ପୂର୍ବରୁ ପଶ୍ଚିମବଙ୍ଗ ମୁଖୀମନ୍ତ୍ରୀ ତାମିଲନାଡୁର ମୁଖ୍ୟମନ୍ତ୍ରୀଙ୍କୁ ଏମକେ ଷ୍ଟାଲିନଙ୍କୁ ରାଜ୍ୟପାଳ ଦ୍ଵାରା କ୍ଷମତାର ଦୁରୁପଯୋଗ ଉପରେ ଆଲୋଚନା ପାଇଁ ଡକାଇଥିଲେ। ସେ ଅଭିଯୋଗ କରିଥିଲେ ଯେ, ଅଣ ବିଜେପି ଶାସିତ ରାଜ୍ୟରେ ରାଜ୍ୟପାଳ କ୍ଷମତାର ଦୁରୁପଯୋଗ କରିଛନ୍ତି। ଯେଉଁଠି ବିଜେପି କ୍ଷମତାରେ ନାହିଁ ସେଠାରେ ରାଜ୍ୟପାଳ ଜରିଆରେ କ୍ଷମତାର ଦୁରୁପଯୋଗ କରୁଥିବା ମମତା କହିଛନ୍ତି।

Get real time updates directly on you device, subscribe now.