fbpx

Valentines Day ରେ ଜଣେ ଦିବ୍ୟାଙ୍ଗ ଦମ୍ପତ୍ତିଙ୍କ ନିଆରା ପ୍ରେମ କାହାଣୀ (Video)

ଭୁବନେଶ୍ୱର: କୁହାଯାଏ ପ୍ରେମ ଶାସ୍ୱତ… ପ୍ରେମ ଚିରନ୍ତନ… ଅମର… ପ୍ରେମ ମାନେନା କୌଣସି ବନ୍ଧନ… ମାନେନା ଜାତି… ମାନେନା ବର୍ଣ୍ଣ…  ପ୍ରେମର ସଂଜ୍ଞା ଦେବା ହୁଏତ ମୁସ୍କିଲ ହୋଇପାରେ । ଆଜି ଭାଲେଣ୍ଟାଇନ ଡେ, ପ୍ରେମ ପାଇଁ ଦିନଟିଏ, ଅନେକ ପ୍ରେମୀ ଯୁଗଳ ପାଳନ କରୁଛନ୍ତି ଏହି ଭାଲେଣ୍ଟାଇନ ଡେ । ଆଉ ଆଜି ଭାଲେଣ୍ଟାଇନ ଡେ ଅବସରରେ ସେହିଭଳି ଜଣେ ଦିବ୍ୟାଙ୍ଗ ପ୍ରେମୀ ଦମ୍ପତ୍ତି କାହାଣୀ ବିଷୟରେ ଜାଣନ୍ତୁ ଯିଏ ପ୍ରେମ ପାଇଁ କରିଛନ୍ତି ଅନେକ ତ୍ୟାଗ । ଦିବ୍ୟାଙ୍ଗ ହୋଇ ମଧ୍ୟ ପରସ୍ପରଙ୍କ ପ୍ରତି ରହିଛି ଅନାବିଳ ପ୍ରେମ । ଏମିତିକି ପ୍ରେମ ପାଇଁ ସେମାନେ ଘର ମଧ୍ୟ ଛାଡ଼ିଛନ୍ତି ।

ଭୁବନେଶ୍ୱର ଭରତପୁର ଅଞ୍ଚଳର ଅଶୋକ ନାୟକ ଏବଂ ସୁମିତ୍ରା ନାୟକ । ଉଭୟ ଦିବ୍ୟାଙ୍ଗ, ରେଭେନ୍ସା କଲେଜରେ ପାଠ ପଢ଼ୁଥିବାବେଳେ ଉଭୟଙ୍କ ମଧ୍ୟରେ ହୋଇଥିଲା ପ୍ରେମ । ଆଉ ଉଭୟ ଚାହିଥିଲେ ପରସ୍ପରକୁ ବିବାହ କରିବାକୁ… ଚାହିଥିଲେ ସେହି ଅନ୍ଧାର ଦୁନିଆକୁ ସାଥିହୋଇ ଦେଖିବାକୁ । କିନ୍ତୁ ତାଙ୍କର ଏହି ପ୍ରେମକୁ ସ୍ୱୀକାର କରନଥିଲେ ଅଶୋକଙ୍କ ପରିବାର ଲୋକ । ନିଷ୍ପତ୍ତି ନେଇଥିଲେ ପ୍ରେମକୁ ବଞ୍ଚାଇବା ପାଇଁ ଘର ଛାଡ଼ିବାକୁ, ଫୁଟପାଥରେ ଶୋଇବାକୁ ପଡ଼ିଲେ ବି ତାହା କରିବେ । ଆଉ ବିବାହ କରିଥିଲେ ସୁମିତ୍ରାଙ୍କୁ ଏବଂ ଉଭୟଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ଅଛି । ଉଭୟ ପରସ୍ପର ଜୀବନସାରା ରହିବାକୁ କଥା ଦେଇଛନ୍ତି ପ୍ରେମକୁ ପ୍ରତି ମୁହୂର୍ତ୍ତରେ ଅନୁଭବ କରୁଛନ୍ତି । ଆଉ ସମାଜକୁ ଦେଇଛନ୍ତି ସୁନ୍ଦର ପ୍ରେମର ବାର୍ତ୍ତା । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.