fbpx

୧୬ରୁ ଭାରତ-ୱେଷ୍ଟଇଣ୍ଡିଜ୍‌ ଟି-୨୦ ସିରିଜ୍‌: ଆଇପିଏଲ୍‌ ପୂର୍ବରୁ ଉଭୟ ଦଳ ଖେଳାଳିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ, ଭାରତ ବିରୋଧରେ ଜୋରଦାର ଲଢ଼େଇ କରିବା ଲକ୍ଷ୍ୟ ୱେଷ୍ଟଇଣ୍ଡିଜ

କୋଲକାତା: ଆଗାମୀ ୧୬ ତାରିଖରୁ ସ୍ଥାନୀୟ ଇଡେନ ଗାର୍ଡନ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଭାରତ-ୱେଷ୍ଟଇଣ୍ଡିଜ ତିନି ମ୍ୟାଚ ବିଶିଷ୍ଟ ଟି-୨୦ କ୍ରିକେଟ ସିରିଜ । ଏହା ପୂର୍ବରୁ ଅନୁଷ୍ଠିତ ଦିନିକିଆ ସିରିଜରେ ରୋହିତ ବାହିନୀ ୩- ୦ରେ ବିଜୟୀ ହୋଇଥିଲା । ତେଣୁ ଟି-୨୦ ସିରିଜରେ ଏହି ସଫଳତା ଦୋହରାଇ ପାରିବ ବୋଲି ଅନୁମାନ । ତେବେ ଏହି ଫର୍ମାଟରେ ୱେଷ୍ଟଇଣ୍ଡିଜ ଏକ ଶକ୍ତିଶାଳୀ ଦଳ । ତେଣୁ ଭାରତ ବିରୋଧରେ ଜୋରଦାର ଲଢ଼େଇ କରିବା ଲକ୍ଷ୍ୟରେ ରହିଛି ।

ସେହିପରି ଆସନ୍ତା ମାର୍ଚ୍ଚ ମାସ ୨୭ରୁ ଆଇପିଏଲ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଉଭୟ ଦଳ ଖେଳାଳିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । କାରଣ ଚଳିତ ଟି-୨୦ ସିରିଜ ପାଇଁ ଉଭୟ ଦଳରେ ସ୍ଥାନ ପାଇଥିବା ଖେଳାଳି ମାନେ ଆଇପିଏଲର ବିଭିନ୍ନ ଫ୍ରାଞ୍ଚାଇଜ ପାଇଁ ମନୋନୀତ ହୋଇଛନ୍ତି । ତେଣୁ ସବୁ ଖେଳାଳିଙ୍କ ପ୍ରଦର୍ଶନ କି ରି ରହିବ, ତାହା ଚର୍ଚ୍ଚାର ବିଷୟ । ସେହିପରି ଚଳିତ ବର୍ଷ ମଧ୍ୟ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଅନୁଷ୍ଠିତ ହେବା ପାଇଁ ଥିବା ଦୃଷ୍ଟିରୁ ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ସିରିଜ ବିଶେଷ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ।

Get real time updates directly on you device, subscribe now.