fbpx

ଏୟାର ଇଣ୍ଡିଆର ନୂଆ ସିଇଓ ପଦରେ ଇଲକର ଆଇସି ନିଯୁକ୍ତ, ଏପ୍ରିଲ୍‌ ୧ରୁ ଗ୍ରହଣ କରିବେ ଦାୟିତ୍ୱ

ନୂଆଦିଲ୍ଲୀ: ଟାଟା ସନ୍ସ ତୁର୍କୀ ଏୟାରଲାଇନ୍ସର ପୂର୍ବତନ ଚେୟାରମ୍ୟାନ୍‌ ଇଲକର ଆଇସିଙ୍କୁ ଏୟାର ଇଣ୍ଡିଆର ନୂତନ ଏମଡି ତଥା ସିଇଓ ଭାବରେ ନିଯୁକ୍ତ କରିଛନ୍ତି । ସୋମବାର ଅନୁଷ୍ଠିତ କମ୍ପାନୀ ବୋର୍ଡର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଇଲକର ଏପ୍ରିଲ୍‌ ୧ ରୁ ଦାୟିତ୍ୱ ଗ୍ରହଣ କରିବେ । ବୋର୍ଡ ବୈଠକରେ ଟାଟା ସନ୍ସର ଚେୟାରମ୍ୟାନ୍‌ ଏନ ଚନ୍ଦ୍ରଶେଖରନ୍‌ ମଧ୍ୟ ଯୋଗ ଦେଇଥିଲେ । ଉପଯୁକ୍ତ ବିଚାରବିମର୍ଶ ପରେ ବୋର୍ଡ ତାଙ୍କ ନାମକୁ ଅନୁମୋଦନ କରିଛି । ତାଙ୍କର ଯୋଗଦାନ ଏପର୍ଯ୍ୟନ୍ତ ସମସ୍ତ ନିୟାମକ ସଂସ୍ଥା ଦ୍ୱାରା ଅନୁମୋଦନ ହୋଇନାହିଁ । ୫୧ ବର୍ଷୀୟ ଇଲକର ତୁର୍କୀର ବିଲକେଣ୍ଟ ୟୁନିଭରସିଟିର ରାଜନୀତି ବିଜ୍ଞାନ ଏବଂ ଜେନେରାଲ ଆଡମିନିଟ୍ରେସନ ବିଭାଗର ୧୯୯୪ ବ୍ୟାଚ୍‌ର ଛାତ୍ର । ଇଲକର ୧୯୯୪ ରେ ବର୍ତ୍ତମାନର ତୁର୍କୀ ରାଷ୍ଟ୍ର ତି ରିସେପ୍‌ ତାଇପ ଏରଡୋନ୍‌ଙ୍କ ପରାମର୍ଶଦାତା ଥିଲେ । ଏଥିସହ ସେ ୨୦୧୫ ରୁ ୨୦୨୨ ପର୍ଯ୍ୟନ୍ତ ତୁର୍କୀ ଏୟାରଲାଇନ୍ସର ଚେୟାରମ୍ୟାନ୍‌ ଭାବରେ କାର୍ଯ୍ୟ କରିଥିଲେ । ଇଲକର ଆଇସି ଇସ୍ତାନବୁଲ ମହାନଗର ନିଗମରେ ମଧ୍ୟ ଅନେକ ପଦବୀରେ ଅବସ୍ଥାପିତ ଥିଲେ । ସେ ୨୦୦୫ ରୁ ୨୦୧୧ ପର୍ଯ୍ୟନ୍ତ ଅନେକ ବୀମା କମ୍ପାନୀର ସିଇଓ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

Get real time updates directly on you device, subscribe now.