fbpx

୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର, ଜାଣନ୍ତୁ କିଏ କିଏ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୁର୍ନୀତି ବିରୋଧରେ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଦୁର୍ନୀତିଗ୍ରସ୍ତ ଓ ଅପରାଗଙ୍କ ବିରୋଧରେ ନେଉଛନ୍ତି କଡ଼ା କାର୍ଯ୍ୟାନୁଷ୍ଠାନ । ଏହାରି ମଧ୍ୟରେ ୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଜଣେ ପୋଲିସ ଡିଏସପି, ଜଣେ ଓଏଏସ ଓ ଜଣେ ଇନ୍ସପେକ୍ଟରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସେହିପରି ୨ ଜଣ ମ୍ୟୁନିସିପାଲଟି ଏକଜିକ୍ୟୁଟିଭ୍ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

କଳାହାଣ୍ଡି ଆଇୟୁସିଏଡବ୍ଲୁ ଡିଏସପି ରବୀନ୍ଦ୍ର ସେଠୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଜଣାପଡିଛି । ବଣାଇର ପୂର୍ବତନ ତହସିଲଦାର ସୁଶିଲ କୁମାର କୁଜୁରଙ୍କୁ ଅବସର ଦିଆଯାଇଛି । ବଲାଙ୍ଗିର ବଙ୍ଗମୁଣ୍ଡ ଥାନା ଇନ୍ସପେକ୍ଟର ବିନୋଦ ନାୟକଙ୍କୁ ଅବସର ଦିଆଯାଇଛି । ବାସୁଦେବପୁର ପୌର ନିର୍ବାହୀ ଅଧିକାରୀ ତାପସ ଜେନାଙ୍କୁ ଅବସର ଦିଆଯାଇଛି । କରଞ୍ଜିଆ ଏନଏସି ପୂର୍ବତନ ନିର୍ବାହୀ ଅଧିକାରୀ ବିଜୟ ନାୟକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୧୫୧ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି ।

Get real time updates directly on you device, subscribe now.