fbpx

ବିଦ୍ୟାର୍ଥୀଙ୍କ କେକରେ ସ୍ୱାମୀର ସ୍ପର୍ମ ମିଶାଇଲେ ସ୍କୁଲ ଶିକ୍ଷୟିତ୍ରୀ, ଆଉ ତା’ପରେ…

ୱାଶିଂଟନ୍: ଆମେରିକାର ଲୁଧିଆନାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳା ସ୍କୁଲ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କ କେକରେ ନିଜ ସ୍ୱାମୀଙ୍କ ସ୍ପର୍ମ ମିଶ୍ରଣ କରିଥିଲେ । ଘଟଣାର ଖୁଲାସା ପରେ ପୋଲିସ ଉକ୍ତ ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ରିପୋର୍ଟ ଅନୁସାରେ, ଦୋଷୀ ମହିଳାଙ୍କ ନାଁ ସିନ୍ଥିଆ ପର୍କିନ୍ସ । ଛାତ୍ରଛାତ୍ରୀଙ୍କ କେକରେ ସ୍ୱାମୀଙ୍କ ସ୍ପର୍ମ ମିଶାଇବା ବ୍ୟତୀତ ମହିଳା ଅନ୍ୟ ମାମଲାରେ ବି କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ମହିଳା ଟିଚର ପିଲାଙ୍କୁ ଯୌନ ଶୋଷଣ କରୁଥିବା ମାମଲାରେ ସାମିଲ ଥିବା ଅଭିଯୋଗ ହୋଇଛି, ଯାହାକି ଯାଞ୍ଚରେ ସତ ପ୍ରମାଣିତ ହୋଇଛି । ଏହା ପରେ କୋର୍ଟ ମହିଳାଙ୍କୁ ୪୧ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

school teacher

ତେବେ କେକରେ ସ୍ପର୍ମ ମିଶାଇବା ଘଟଣା ପରେ ଶିକ୍ଷୟିତ୍ରୀଙ୍କ ସ୍ୱାମୀ ତାଙ୍କୁ ଛାଡ଼ପତ୍ର ଦେଇଛନ୍ତି । ସେ SWATରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଭାବେ କାମ କରନ୍ତି । କେକରେ ସ୍ପର୍ମ ମିଶାଇବା ଘଟଣାରେ ପୋଲିସ ସିନ୍ଥିଆଙ୍କୁ ୨୦୧୯ରେ ଗିରଫ କରିଥିଲା । ଏହା ପରେ ଜଣାପଡିଥିଲା ଯେ, ସେ ଯୌନ ଶୋଷଣ ଓ ଛୁଆଙ୍କ ଅଶ୍ଲୀଳ ଭିଡିଓ ତିଆରି କରିବା ଭଳି ଅପରାଧରେ ସାମିଲ ଥିଲେ । ଗିରଫ ହେବା ପରେ ସିନ୍ଥିଆ ସ୍କୁଲ ଶିକ୍ଷୟିତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ସ୍ପର୍ମ ମିଶାଇବା ଘଟଣାରେ ୧ ବର୍ଷ ଓ ଅନ୍ୟ ଯୌନ ଶୋଷଣ ମାମଲାରେ ସାମିଲ ହେବାରୁ ତାଙ୍କୁ ବାକି ୪୦ ବର୍ଷର ଜେଲଦଣ୍ଡ ଦିଆଯାଇଛି ।

Get real time updates directly on you device, subscribe now.