fbpx

କ୍ଷମତା ପାଇଁ ଖଲିସ୍ତାନ ଚାହୁଁଥିଲେ କେଜ୍ରିୱାଲ: ପୁରୁଣା ସାଥୀଙ୍କ ବୟାନକୁ ଶେୟାର କଲା ବିଜେପି, ଦେଖନ୍ତୁ Video

ନୂଆଦିଲ୍ଲୀ: ପଞ୍ଜାବ ନିର୍ବାଚନକୁ ଆଉ ୪ ଦିନ ବାକି ରହିଥିବା ବେଳେ ଆପ୍ ଓ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରତି ଆକ୍ରମଣକୁ ଶାଣିତ କରିଛି ବିଜେପି । କ୍ଷମତା ପାଇଁ କ୍ରେଜିୱାଲ ପଞ୍ଜାବକୁ ଦେଶରୁ ଅଲଗା କରିବାକୁ ଚାହୁଁଥିଲେ ବୋଲି ବୟାନ ଦେଇଛନ୍ତି ପୂର୍ବତନ ଆପ୍ ନେତା କୁମାର ବିଶ୍ୱାସ । କେଜ୍ରିୱାଲ କହିଥିଲେ ମୁଁ ପଞ୍ଜାବର ପ୍ରଧାନମନ୍ତ୍ରୀ ହେବି ନଚେତ୍ ଖଲିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ । କେଜ୍ରିୱାଲଙ୍କ ଏଭଳି ମତାମତ ମୋତେ ଭୟଭୀତ କରିବା ପାଇଁ ଯଥେଷ୍ଟ ଥିଲା ବୋଲି କହିଛନ୍ତି କୁମାର ବିଶ୍ୱାସ ।

ଏହି ଘଟଣାରେ ସେ ବ୍ୟତିବ୍ୟସ୍ତ ହୋଇ ଆପ୍ ଛାଡିଥିଲେ । ବିଛିନ୍ନତାବାଦରେ ବିଶ୍ୱାସ ରଖୁଥିବା କୌଣସି ଦଳ ସହିତ ସେ କାମ କରି ପାରିବେ ନାହିଁ ବୋଲି କହିଥିଲେ କୁମାର ବିଶ୍ୱାସ । ବିଶ୍ୱାସ ଏହି ବୟାନକୁ ଟ୍ୱିଟ୍ଟରରେ ଶେୟାର କରିବା ସହିତ ଆପ୍ ଓ ଅରବିନ୍ଦ କେଜ୍ରିୱାଲଙ୍କୁ ସମାଲୋଚନା କରିଛି ବିଜେପି । ଉଲ୍ଲେଖଯୋଗ୍ୟ ଯେ ପଞ୍ଜାବରେ ଆସନ୍ତା ୨୦ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ।

Get real time updates directly on you device, subscribe now.