fbpx

ପ୍ରସୂତି ବିଭାଗ ଡାକ୍ତରଙ୍କ ଘରେ ଭିଜିଲାନ୍ସ ଚଢାଉ: ୧.୧୨ କୋଟି ଟଙ୍କାର ନଗଦ ଅର୍ଥ ଜବତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚାରିଛକ ସିଏଚସିରେ ପ୍ରସୂତି ବିଭାଗର ଡାକ୍ତର ଭାବରେ କାମ କରୁଥିବ ସୁକାନ୍ତ କୁମାର ଜେନାଙ୍କ ଘରୁ କୁବେର ଖଜାନା ବାହାର କରିଛି ଭିଜିଲାନ୍ସ । ସିଜରିଆନ ସର୍ଜରୀ ପାଇଁ ୮ ହଜାର ଦାବି କରୁଥିବା ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡିଥିବା ବେଳେ ତାଙ୍କର ବିଭିନ୍ନ ସ୍ଥାନରେ ରହିଥିବା ସମ୍ପତ୍ତି ଉପରେ ଚଢାଉ କରାଯାଇଥିଲା । ଭୁବନେଶ୍ୱର କଳାରାହାଙ୍ଗାରେ ଥିବା ବାସଭବନ ଉପରେ ଚଢାଉ କରାଯାଇଥିଲା ।

ଭିଜିଲାନ୍ସ ଚଢାଉ ସମୟରେ ଡାକ୍ତରଙ୍କ ଘରୁ ନଗଦ ୧ କୋଟି ୧୨ ଲକ୍ଷ ଟଙ୍କା ଜବତ କରାଯାଇଥିଲା । ବିଗତ ଦିନରେ ଚଢାଉରୁ ଏତେ ପରିମାଣରେ ଆୟ ବହିର୍ଭୂତ ସମ୍ପତ୍ତି ଜବତ ହୋଇନଥିଲା । ୮ ହଜାର ଟଙ୍କା ଲାଞ୍ଚ ଦାବି କରି ଭିଜିଲାନ୍ସ ଜାଲରେ ଫସିଥିଲେ ଡାକ୍ତର । ସିଜରିଆନ ଅପରେସନ ପାଇଁ ପ୍ରଥମେ ୩ ହଜାର ଏବଂ ଅପରେସନ ପରେ ୫ ହଜାର ଟଙ୍କା ଦାବି କରୁଥିଲେ ଡାକ୍ତର ।

Get real time updates directly on you device, subscribe now.