fbpx

ପ୍ରାତଃଭ୍ରମଣ କରିବାକୁ ଯାଇଥିଲେ ମହିଳା: ଦୁଷ୍କର୍ମ କଲା ଅଜଣା ଯୁବକ, ସିସିଟିଭିରେ ଖୋଜା ହେଉଛି ପରିଚୟ

ନୂଆଦିଲ୍ଲୀ: ପ୍ରାତଃଭ୍ରମଣ ସର୍ବଦା ସ୍ୱାସ୍ଥ୍ୟରେ ସତେଜତା ଭରି ଦେଇଥାଏ । କିନ୍ତୁ ବେଳେବେଳେ ଏହି ପ୍ରାତଃଭ୍ରମଣ ବି ପାଲଟିଯାଏ ଅସୁବିଧାର କଡି । ଯେପରି ଏହି ମହିଳାଙ୍କ ସହ ଘଟିଛି । ପ୍ରାତଭ୍ରମଣ କରିବାକୁ ଯାଇଥିବା ବେଳେ ଜଣେ ଅଜଣା ଯୁବକ ତାଙ୍କୁ ଦୁଷ୍କର୍ମ କରି ଫେରାର ହୋଇଯାଇଛି । ତେବେ ପୋଲିସ ସ୍ତାନୀୟ ଅଞ୍ଚଳର ସିସିଟିଭି ଫୁଟେଜ ଆଧାରରେ ଯୁବକକୁ ଖୋଜିବା ସହିତ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ବ୍ରିଟେନର ଜଣେ ଯୁବତୀ ସକାଳ ୪.୩୦ରୁ ମର୍ଣ୍ଣିଙ୍ଗ ୱାକରେ ବାହାରିଥିଲେ । ଏହି ସମୟରେ ଜଣେ ଅଜଣା ଯୁବକ ତାଙ୍କ ସହିତ ସମ୍ପର୍କ କରିଥିଲା । କିଛି ସମୟ ପରେ ଯୁବକ ଜଣକ ମହିଳାଙ୍କୁ ଦୁଷ୍କର୍ମ କରି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଥି ସହିତ ନିକଟସ୍ଥ ଅଞ୍ଚଳର ସିସିଟିଭି ଫୁଟେଜ ଆଧାରରେ ଯୁବକକୁ ଖୋଜି ବାହାର କରିବା ପାଇଁ ଚେଷ୍ଟା ଜାରି ରଖିଛି ।

Get real time updates directly on you device, subscribe now.