fbpx

ମାହାଙ୍ଗା ଡବଲ ମର୍ଡର କେସରେ ଅଭିଯୁକ୍ତଙ୍କୁ ଝଟକା: ମିଳିଲାନି ଜାମିନ୍

କଟକ(ଓଡ଼ିଶା ଭାସ୍କର): ବହୁ ଚର୍ଚ୍ଚିିତ କଟକ ଜିଲ୍ଲା ମାହାଙ୍ଗା ଡବଲ ମର୍ଡର ଘଟଣାରେ ଅଭିଯୁକ୍ତଙ୍କୁ ଲାଗିଛି ଜୋରଦାର ଝଟକା । ଗିରଫ ହୋଇଥିବା ୬ ଅଭିଯୁକ୍ତଙ୍କୁ ହାଇକୋର୍ଟରୁ ମିଳିଲାନି ଜାମିନ । ୬ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ । ଅଭିଯୁକ୍ତିମାନଙ୍କୁ ଗିରଫ କରିଥିଲା ମାହାଙ୍ଗା ଥାନା ପୋଲିସ ।

ହାଇକୋର୍ଟରୁ ଜାମିନ ନମିଳିବାରୁ ଅଭିଯୁକ୍ତ କୈଳାଶ ଖଟୁଆ, ମଳୟ ବାରିକ, ଭିକାରୀ ସ୍ୱାଇଁ, କ୍ଷୀତିଶ ଆଚାର୍ଯ୍ୟ, ଚୈତନ୍ୟ ସେଠୀ, ଅରବିନ୍ଦ ଖଟୁଆ ନିରାଶ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ୨୦୨୧ ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ମାହାଙ୍ଗାର ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସଂପର୍କୀୟ ଦିବ୍ୟ ସିଂହ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଭିତ୍ତି କରି ଏହି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ କରାଯାଇଥିବାବେଳେ, ଏହି ମାମଲାରେ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା । ଏପରିକି ସ୍ଥାନୀୟ ବିଧାୟକ ତଥା ଆଇନମନ୍ତ୍ରୀଙ୍କ ବିରୋଧରେ ମଧ୍ୟ ମାମଲା ହୋଇଥିଲା । ତେବେ ପୁଲିସ ଚାର୍ଜସିଟ୍ ଦାଖଲ ବେଳେ ମନ୍ତ୍ରୀଙ୍କ ନାଁକୁ କାଟି ଦେଇଥିବା ନେଇ ମୃତ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ କୋର୍ଟରେ ପ୍ରୋଟେଷ୍ଟ ପିଟିସନ୍ କରିଥିଲେ।

Get real time updates directly on you device, subscribe now.