fbpx

ଏକାସାଙ୍ଗରେ ୩୮ ଜଣଙ୍କୁ ଫାଶୀ ଦଣ୍ଡାଦେଶ, ଘଣ୍ଟାକରେ କରିଥିଲେ ୨୧ ବିସ୍ଫୋରଣ

ଅହମ୍ମଦାବାଦ: ୨୦୦୮ ଅହମ୍ମଦାବାଦ ସିରିଜ୍ ବୋମା ବିସ୍ଫୋରଣ ମାମଲାରେ ଆଜି ଶୁଣାଣି ହୋଇଛି । ଏହି ମାମଲାରେ ୩୮ ଜଣ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ୪୯ ଦୋଷୀଙ୍କ ମଧ୍ୟମରୁ ୩୮ ଜଣଙ୍କୁ ଫାଶୀ ଦଣ୍ଡ ଶୁଣାଇଲେ ସ୍ୱତନ୍ତ୍ର କୋର୍ଟ । ବାକି ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ ।

ତେବେ ସିରିଜ୍ ବୋମା ବିସ୍ଫୋରଣରେ ୫୯ ଜଣଙ୍କ ମୃତ୍ୟୁ ହୋଇଥିଲା । ୮ ଫେବ୍ରୁଆରୀରେ ସ୍ୱତନ୍ତ୍ର କୋର୍ଟ ସମସ୍ତଙ୍କ ଦୋଷୀ ସାବ୍ୟସ୍ତ କରାଇଥିଲେ । ଅବଶ୍ୟ ଏହି ଘଟଣାରେ ୨୮ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା । ଏହି ମାମଲାରେ ସ୍ୱତନ୍ତ୍ର କୋର୍ଟରେ ଶୁଣାଣି ଗତ ୧୩ ବର୍ଷ ଧରି ଚାଲିଥିଲା ।

Get real time updates directly on you device, subscribe now.