fbpx

ବିରାଟ କୋହଲି ଏବଂ ଋଷଭ ପନ୍ତଙ୍କୁ ବିଶ୍ରାମ ଦେଲା ବିସିସିଆଇ, ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍ ଖେଳିବେ ନାହିଁ

ନୂଆଦିଲ୍ଲୀ: ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି-୨୦ ପୂର୍ବରୁ ବିସିସିଆଇ ବିରାଟ କୋହଲି ଏବଂ ଋଷଭ ପନ୍ତଙ୍କୁ ଦଳର ବାୟୋ ବବଲରୁ ୧୦ ଦିନର ବିରତି ଦେଇଛି। କୋହଲି ଏବେ ଘର ଅଭିମୁଖେ ଯାତ୍ରା କରିଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ଫେବୃଆରୀ ୨୪ରୁ ଆରମ୍ଭ ହେଉଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବେ ନାହିଁ। ଶ୍ରୀଲଙ୍କା ବିପକ୍ଷ ସିରିଜ୍ ପାଇଁ ଶନିବାର ସନ୍ଧ୍ୟାରେ ଦଳ ଘୋଷଣା କରାଯିବ।

ସମାଚାର ଏଜେନ୍ସି ପିଟିଆଇ ଅନୁଯାୟୀ, କୋହଲିଙ୍କ ବ୍ୟତୀତ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଋଷଭ ପନ୍ତଙ୍କୁ ବାୟୋ ବବଲରୁ ୧୦ ଦିନର ବ୍ରେକ ଦିଆଯାଇଛି। ପନ୍ତ ମଧ୍ୟ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳିବେ ନାହିଁ। ଏହା ବାଦ୍ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରୁ ତାଙ୍କୁ ବିଶ୍ରାମ ଦିଆଯାଇଛି।

ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ଖେଳାଳିଙ୍କ ଉପରେ କାର୍ଯ୍ୟଭାରକୁ ଦୃଷ୍ଟିରେ ରଖି ସମୟ ସମୟରେ ବାୟୋ ବବଲରୁ ବ୍ରେକ ଦେବାକୁ ନିଷ୍ପତ୍ତି ହୋଇଛି। ଏହା ସୁନିଶ୍ଚିତ କରାଯିବ ଯେ, ଖେଳାଳି ଯେମିତି ଆଗାମୀ ସିରିଜ୍ ପାଇଁ ଫିଟ୍ ରହିବେ।

ସୂଚନାଯୋଗ୍ୟ, ଶ୍ରୀଲଙ୍କା ବିପକ୍ଷ ଘରୋଇ ସିରିଜ୍ ପାଇଁ ଆଜି ସନ୍ଧ୍ୟାରେ ଭାରତୀୟ ଦଳର ଘୋଷଣା ହୋଇପାରେ। ଦୁଇ ଦେଶ ମଧ୍ୟରେ ତିନୋଟି ଟି-୨୦ ଏବଂ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳାଯିବ। ବିରାଟ ଟି-୨୦ ସିରିଜ୍ ଖେଳୁନଥିବା ବେଳେ ଟେଷ୍ଟ ସିରିଜରେ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ।

 

Get real time updates directly on you device, subscribe now.