fbpx

ହିଜାବ ବିବାଦ: ସସପେଣ୍ଡ୍ ହେଲେ ୫୮ ଛାତ୍ରଛାତ୍ରୀ, ହିଜାବ ପିନ୍ଧିବା ନେଇ କରୁଥିଲେ ପ୍ରଦର୍ଶନ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ହିଜାବକୁ ନେଇ ଜାରି ରହିଥିବା ବିବାଦ ପୁଣିଥରେ ତେଜିଛି । ଏବେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଗୋଟିଏ ସ୍କୁଲର୍ ୫୮ ଜଣ ଛାତ୍ରଛାତ୍ରୀଙ୍କୁ ସସପେଣ୍ଡ୍ କରିଦିଆଯାଇଛି । ସୂଚନା ଯେ, ଏହି ଘଟଣା କର୍ଣ୍ଣାଟକର ଶିବମୋଗ୍ଗା ଜିଲ୍ଲାରେ ଦେଖିବାକୁ ମିଳିଛି । ଏଠାରେ ଥିବା ଏକ ପବ୍ଲିକ୍ ସ୍କୁଲରେ ୫୮ ଜଣ ଛାତ୍ରଛାତ୍ରୀ ହିଜାବ ପିନ୍ଧିବା ନେଇ ଦାବି କରି କ୍ଲାସରୁମ୍ ଭିତରେ ପ୍ରଦର୍ଶନ କରୁଥିଲେ । କର୍ଣ୍ଣାଟକ ପବ୍ଲିକ୍ ସ୍କୁଲର ଛାତ୍ରଛାତ୍ରୀ ମାନେ କ୍ଲାସରେ ହିଜାବ୍ ପିନ୍ଧିବାକୁ ଦାବି କରୁଥିଲେ । ସେମାନେ ଏନେଇ ପ୍ରଦର୍ଶନ କରିଥିଲେ । ପିଲାଙ୍କର କହିବା କଥା ଯେ, ଆମେ ମରିଯିବୁ ପଛେ ହିଜାବ ପିନ୍ଧିବା ଛାଡ଼ିବୁ ନାହିଁ ।

Get real time updates directly on you device, subscribe now.