ଦୁନିଆର ସବୁଠୁ ଭୟଙ୍କର ରେଷ୍ଟୁରାଣ୍ଟ: ଦେଖିଲେ ଭୟରେ ଭିତରକୁ ଯିବା ବି କଷ୍ଟକର ହୋଇ ପଡିବ By Odisha Bhaskar Bureau Last updated Feb 19, 2022 at 7:10 PM Share ଖାଇବା ସହ କିଛି ସ୍ପେଶଲ ମୁହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ ଲୋକମାନେ ଯାଇଥାନ୍ତି ରେଷ୍ଟୁରାଣ୍ଟ । କିଛି ସମୟ ନିଜର ଲୋକଙ୍କ ସହ ବିତାଇ ଏହି ମୁହୂର୍ତ୍ତକୁ ବେଶ ଉପଭୋଗ କରିଥାନ୍ତି । କିନ୍ତୁ ଦୁନିଆରେ ଏମିତି କିଛି ରେଷ୍ଟୁରାଣ୍ଟ ରହିଛି ଯାହାକୁ ଦେଖିଲେ ଉପଭୋଗ କରିବା ଦୂରର କଥା ଭୟରେ ଛାତି ଥରି ଉଠିବ । ଏହି ଭୟାନକ ମାହୋଲ ଭିତରୁ ବାହାରି ଆସିବା ପାଇଁ ବାଟ ଖୋଜି ବୁଲିବେ । ଏହି ରେଷ୍ଟୁରାଣ୍ଟ ଗୁଡିକର ପରିବେଶ ଏମିତି ଭୟାନକ ଥାଏ ଯେ, କେହି ଲୋକ ସେ ଜାଗାକୁ ଭୁଲି ପାରନ୍ତି ନାହିଁ । କେଉଁଠି ୧୫୦ଫୁଟ ଉପରେ ରେଷ୍ଟୁରାଣ୍ଟ ହୋଇଛି ତ କେଉଁଠି ମଣିଷର ଦେହକୁ କାଟି ଖାଇବାକୁ ଦିଆଯାଉଛି । ଆସନ୍ତୁ ଜାଣିବା ପୃଥିବୀର ଏଭଳି ୭ଟି ଭୟଙ୍କର ରେଷ୍ଟୁରାଣ୍ଟଗୁଡିକ ବିଷୟରେ । ଡିନର ଇନ ଦ ସ୍କାଏ(Dinner in The Sky): ଆହୁରି ପଢନ୍ତୁ ଅଶୁଭ ସମୟ ଆସିଲେ, କାଳ ଭୈରବଙ୍କୁ କରନ୍ତୁ… ଦୁଃଖଦ! କୀଟନାଶକ ଯୋଗୁଁ ମରିଗଲେ 100 ମାଙ୍କଡ,… ବେଲଜିୟମରେ ଏକ ରେଷ୍ଟୁରାଣ୍ଟର ନାମ ହେଉଛି ଡିନର ଇନ ଦ ସ୍କାଏ(ଊସଦ୍ଭଦ୍ଭରକ୍ସ ସଦ୍ଭ ଞଷର ଝଳଚ୍ଚ) । ଏହି ରେଷ୍ଟୁରାଣ୍ଟ ପବନରେ ଝୁଲୁଥିବା ଅବସ୍ଥାରେ ରହିଛି । ତେବେ ଭୂପୃଷ୍ଠରୁ ୧୬୦ ଫୁଟରୁ ଅଧିକ ଉଚ୍ଚତାରେ ରହିଛି ଏହି ରେଷ୍ଟୁରାଣ୍ଟ । ତେବେ ଏହା ବୋଧହୁଏ ପ୍ରଥମ ରେଷ୍ଟୁରାଣ୍ଟ ଯେଉଁଠି ଗ୍ରାହକମାନଙ୍କୁ ନିଜ ବୀମା ପଲିସି କରିବାକୁ ପଡିଥାଏ । ଏହାପରେ ୨୨ ଜଣ ଲୋକଙ୍କୁ ଚେୟାରରେ ସେଫ୍ଟି ବେଲଟ ସହିତ ୧୬୦ ଫୁଟ ଉଚ୍ଚକୁ ନିଆଯାଇଥାଏ । ତେବେ ଏହା ଯେତିକି ଭୟଙ୍କର, ସେତିକି ପ୍ରାକୃତିକ ସେନ୍ଦର୍ଯ୍ୟ ଭରା । ୧୬୦ ଫୁଟ ଉପରେ ଖାଇବା ସମୟରେ ଗ୍ରାହକମାନେ ସାରା ସହରକୁ ଦେଖି ପାରିବେ । ପୃଥିବୀରେ ଏହି ରେଷ୍ଟୁରାଣ୍ଟର ଅନେକ ଶାଖା ମଧ୍ୟ ଉପଲବ୍ଧ ରହିଛି । ଦ ନ୍ୟୁ ଲକି ରେଷ୍ଟୁରାଣ୍ଟ(The New Lucky Resturant): ଅହମ୍ମଦାବାଦର ଏହି ରେଷ୍ଟୁରାଣ୍ଟ ସମସ୍ତଙ୍କ ମନରେ ଭୟର ବାତାବରଣ ଖେଳାଇ ଦେଇଛି । “ଡାଇନ ୱିଥ ଡେଡ’ ବାକ୍ୟଟି ଏହି ରେଷ୍ଟୁରାଣ୍ଟ ସହିତ ଖୁବ ମେଳ ଖାଉଛି । ଏଠାରେ ଖାଇବା ସମୟରେ ଆପଣଙ୍କୁ କୌଣସି ଶ୍ମଶାନରେ ବସି ଖାଉଥିବାର ଅନୁଭୂତ ହେବ । ଅନେକ ଗୁଡିଏ ପଥରର କଫିନ ଷ୍ଟିଲ ରେଲିଙ୍ଗରେ ସଜା ଯାଇଛି । ଏହି କଫିନ ଗୁଡିକ ୧୬ଶ ଶତାବ୍ଦୀର ସାଧୁଙ୍କର ଥିଲା ବୋଲି କୁହାଯାଏ । ଏହା ମଧ୍ୟ ପୃଥିବୀର ଭୟଙ୍କର ରେଷ୍ଟୁରାଣ୍ଟ ମଧ୍ୟରୁ ଗୋଟିଏ । କିନ୍ତୁ ଏଠାକାର ପାଳକ ପନିର ଖୁବ ପ୍ରସିଦ୍ଧି ଲାଭ କରିଛି । ଡାନ୍ସ ଲି ନାୟିର (DANS LE NOIR): ତୃତୀୟରେ ଆସେ ନ୍ୟୁୟର୍କର ଏହି ରେଷ୍ଟୁରାଣ୍ଟ । ଏହି ରେଷ୍ଟୁରାଣ୍ଟରେ ଭିଜୁଳି ଆଲୁଅରେ ଖାଇବାକୁ ବାରଣ କରାଯାଇଛି । ଅର୍ଥାତ ଅନ୍ଧାରରେ ଖାଇବା ଭଳି ଏକ ଭୟଙ୍କର କାର୍ଯ୍ୟକ୍ରମ ହୋଇଥାଏ ଏହି ରେଷ୍ଟୁରାଣ୍ଟରେ । ଏପରିକି ମୋବାଇଲ ଲାଇଟ ମଧ୍ୟ ଲଗାଇବା ମଧ୍ୟ ଏଠାରେ ରୋକ ଲଗାଯାଇଛି । ଘନ ଅନ୍ଧାରରେ ବସି ଖାଇବାର ଏକ ନିଆରା ଅନୁଭୂତି ଦେବ ଏହି ରେଷ୍ଟୁରାଣ୍ଟ । କେବଳ ସେତିକି ନୁହେଁ ସବୁଠୁ ରେମାଞ୍ଚକର ଘଟଣା ହେଉଛି ଆପଣଙ୍କୁ ଅଜଣା ବ୍ୟକ୍ତିଙ୍କ ସହ ବସି ଖାଇବାକୁ ପଡିବ । ଫର୍ଟିଜା ମେଡିସିୟା(Fertiza Mardicia): ଇଟାଲୀର ଏହି ରେଷ୍ଟୁରାଣ୍ଟ ମଧ୍ୟ ପୃଥିବୀର ଭୟଙ୍କର ରେଷ୍ଟୁରାଣ୍ଟ ତାଲିକାରେ ସ୍ଥାନ ପାଇଛି । ୧୪୭୪ ମସିହାରେ ନିର୍ମାଣ ହୋଇଥିବା ଏହି ମହଲରେ ୨୦୦୭ ମସିହାରୁ ଗ୍ରାହକମାନଙ୍କ ସେବାରେ ରହି ଆସିଛି । ତେବେ କଡା ସୁରକ୍ଷା ବ୍ୟବସ୍ଥା ସହ ଏହି ରେଷ୍ଟୁରାଣ୍ଟକୁ ଏବେ ଏକ ଜେଲ ଭାବରେ ବ୍ୟବହାର କରାଯାଉଛି । ଜେଳରେ ଥିବାକ,ଦୀମାନେ ଏଠାରେ ଖାଦ୍ୟ ପ୍ରସ୍ତୁତ କରୁତିବା ବେଳେ ସୁରକ୍ଷାକୁ ନଜରରେ ରଖି ପ୍ଲାଷ୍ଟିକ ପାତ୍ରରେ ଏଠାରେ ଖାଦ୍ୟ ବରିପେଷଣ କରାଯାଏ । ,ହି ରେଷ୍ଟୁରାଣ୍ଟ ଖୁବ ପ୍ରସିଦ୍ଧିଲାଭ କରିଛି । ତେଣୁ ଏଠାରେ ସମୟ ବିତାଇବା ପାଇଁ ଆପଣଙ୍କୁ କିଛି ସପ୍ତାହ ପୂର୍ବରୁ ବୁକ କରିବାକୁ ପଡିଥାଏ । ଖାଦ୍ୟ ଖାଇବା ସହ ପିଆନୋର ମଜା ମଧ୍ୟ ଉଠାଇ ପାରିବେ ଏଠାକୁ ଆସୁଥିବା ଗ୍ରାହକ । ନାୟୋତାଇମୋରୀ(Nayotaemory): ଜାପାନର ଟୋକିଓରେ ଅବସ୍ଥିତ ଏହି ରେଷ୍ଟୁରାଣ୍ଟ ଏଠାକାର ଲୋକଙ୍କ ମଧ୍ୟରେ ଖୁବ ଫେମସ । ବଡ ବିଚିତ୍ର ଢଙ୍ଗରେ ଏଠାରେ ଲୋକମାନଙ୍କୁ ଖାଇବା ପାଇଁ ପରସା ଯାଇଥାଏ । ଏଠାରେ ଖାଇବାରେ ସଜା ହୋଇ ମହିଳା ଆକୃତିର ଏକ ଡମୀ ରଖାଯାଇଥାଏ । ଏବଂ ଗ୍ରାହକଙ୍କୁ ଏହି ଡମୀର ଶରୀରର ବିଭିନ୍ନ ଅଙ୍ଗକୁ ଖାଇବା ପାଇଁ ଦିଆଯାଇଥାଏ । ଏହାଛଡା ଖାଇବା ପାଇଁ ଛୁରୀ କିମ୍ବା ଚାମଚ ବଦଳରେ ଅପରେସନରେ ବ୍ୟବହୃତ ଜିନିଷଗୁଡିକୁ ବ୍ୟବହାର କରାଯାଏ । ଶରୀରର ଅଙ୍ଗ ଗୁଡିକ ଖାଦ୍ୟ ସମାଗ୍ରୀ ଦ୍ୱାରା ସମାନ ଡିଜାଇନରେ ପ୍ରସ୍ତୁତ କରାଯାଇଥାଏ । ଯାହାକୁ ଖାଇବା ଦୂରର କଥା ଦେଖିବା ପାଇଁ ବି ଆପଣଙ୍କ ପକ୍ଷରେ ଖୁବ ଭୟଙ୍କର ହୋଇଯିବ । ମଗ ହାଉସ ପବ(Mug House Pub): ପଥରରେ ନିର୍ମିତ ଏହି ସୁନ୍ଦର ରେଷ୍ଟୁରାଣ୍ଟକୁ ଯିବା ପାଇଁ ଆପଣଙ୍କୁ ଏକ ଶ୍ମଶାନ ଅତିକ୍ରମ କରି ଯିବାକୁ ପଡିବ । ଏହାପରେ ଆପଣ ବ୍ୟାକରୁମ, ଡାଇନିଙ୍ଗ ଏବଂ ବାର ଭଳି ସ୍ଥାନ ଇତ୍ୟାଦି ଦେଖି ପାରିବେ । ତେବେ ସବୁଠୁ ଭୟାନକ ହେଉଛି ଖାଇବା ସମୟରେ ଆପଣଙ୍କୁ ଅନେକ ଭୟଙ୍କର ଶବ୍ଦ ଶୁଣିବାକୁ ମିଳିବ । ଯାହା ଆପଣଙ୍କ ଛାତିର ସ୍ପନ୍ଦନକୁ ଖୁବ ବଢାଇଦେବ । ଏଥିସହିତ ବିଅର ଶେଲଟର ଭିତରୁ ନକ୍ ର ଶବ୍ଦ ମଧ୍ୟ ଆପଣଙ୍କୁ ଶୁଣିବାକୁ ମିଳିବ । ଡିଜାଷ୍ଟର କ୍ୟାଫେ(Disaster Cafe): ଏହି ରେଷ୍ଟୁରାଣ୍ଟ ହେଉଛି ସବୁଠୁ ଭିନ୍ନ ଏବଂ ଭୟଙ୍କର ରେଷ୍ଟୁରାଣ୍ଟ । ଏଠାରେ ପର୍ଯ୍ୟଟକମାନଙ୍କୁ ଭୂକମ୍ପର ଝଟକା ଅନୁଭୂତ ହୋଇଥାଏ । ଯାହା ଲୋକମାନଙ୍କୁ ରେଷ୍ଟୁରାଣ୍ଟ ପ୍ରତି ବେଶୀ ଆକର୍ଷିତ କରିଥାଏ ।ରାତି ସମୟରେ ଏଠାରେ ୭.୮ ତୀବ୍ରତା ବିଶିଷ୍ଟ ଭୂକମ୍ପର କୃତ୍ରିମ ଝଟକା ଅନୁଭୂତ ହୋଇଥାଏ । ତେବେ ଏହାର ପ୍ରଭାବରୁ ବଞ୍ଚିବା ପାଇଁ ରେଷ୍ଟୁରାଣ୍ଟର କର୍ମଚାରୀମାନେ ସୁରକ୍ଷା ଟୋପି ସହ ଟି-ଶାର୍ଟ ମଧ୍ୟ ପିନ୍ଧିଥିବାର ନଜର ଆସିଥାନ୍ତି । ଏହାର ଅନ୍ୟ ଏକ ବିଶେଷତ୍ୱ ହେଉଛି ଏଠାରେ ଖାଦ୍ୟ ଏବଂ ମଦ ଡ୍ରୋନ ଦ୍ୱାରା ପରିବେଷଣ କରାଯାଏ । Share