fbpx

ମଡେଲଙ୍କୁ ପ୍ରଶଂସକ ଦେଲେ ଅଫର: ମଡେଲଙ୍କ ଦାନ୍ତର ଦାମ ହେବ ୧୫ ଲକ୍ଷ ଟଙ୍କା

ସୋଶଲ ମିଡିଆରେ ନିଜ ପ୍ରିୟର ସେଲିବ୍ରିଟି ମାନଙ୍କ ସହ ମିଶିବା ପାଇଁ ସୁଯୋଗ ପାଆନ୍ତି ପ୍ରଶଂସକ । କିନ୍ତୁ ଏମିତି କିଛି ଫ୍ୟାନ୍ସ ଥାଆନ୍ତି ଯେଉଁମାନେ ସେହି ପ୍ଲାଟଫର୍ମରେ ହିଁ ସେଲିବ୍ରିଟିଙ୍କ ପାଇଁ ଅଜବ ଡିମାଣ୍ଡ କରି ଦିଅନ୍ତି । ଏମିତି କିଛି ଘଟଣା ଘଟିଛି ଆମେରିକାର ଏଲି ରେ ନାମକ ଜଣେ ମଡେଲଙ୍କ ସହିତ । ଫ୍ୟାନ୍ସ ଜଣକ ଏ ନେଇ ଆଜି ପ୍ରକାଶ କରିଛନ୍ତି । ଜଣେ ପ୍ରଶଂସକ ଦିନେ ଏଲିଙ୍କ ଦାନ୍ତ ମାଗିଥିଲେ । ଖାଲି ସେତିକି ନୁହେଁ ଏହା ବଦଳରେ ତାଙ୍କୁ ମୋଟା ଅଙ୍କର ଟଙ୍କା ମଧ୍ୟ ଦେବା ପାଇଁ ମଧ୍ୟ ପ୍ରସ୍ତୁତ ଥିଲେ ପ୍ରଶଂସକ ।

ଏଲିଙ୍କ ଦାନ୍ତକୁ ଖୁବ ଭଲ ପାଉଥିଲେ ତାଙ୍କର ଜଣେ ପ୍ରଶଂସକ । ତେଣୁ ଦିନେ ସେହି ଦାନ୍ତ ପାଇଁ ସେ ଜିଦ ଧରି ବସିଲେ ଏବଂ ଏହା ବଦଳରେ ଲକ୍ଷ ଲକ୍ଷ ଟଙ୍କା ଦେବା ପାଇଁ ମଧ୍ୟ ରାଜି ଥିଲେ ତାଙ୍କର ଏହି ପାଗଳ ଫ୍ୟାନ । ଏପରିକି ଦ।।ନ୍ତର ମୂଲ୍ୟ ମଧ୍ୟ ସେ ଠିକ କରି ସାରିଥିଲେ । ଏଲିଙ୍କ ଦାନ୍ତ ବଦଳରେ ସେ ୧୫ ଲକ୍ଷ ଟଭ୍କା ଦେବା ପାଇଁ ପ୍ରସ୍ତୁତ ହୋଇଥିଲେ ବୋଲି ଏଲି ନିଜେ ପ୍ରକାଶ କରିଛନ୍ତି । ଏହା ବ୍ୟତୀତ ଡେଣ୍ୟିଷ୍ଟର ସମସ୍ତ ଖର୍ଚ୍ଚ ମଧ୍ୟ ବହନ କରିବାକୁ ପ୍ରସ୍ତୁତ ଥିଲା ଏଲିଙ୍କ ପ୍ରଶଂସକ ।

Get real time updates directly on you device, subscribe now.