fbpx

ପଞ୍ଚାୟତ ନିର୍ବାଚନ: ଭୋଟ ଗଣତି ପାଇଁ ଆସିଲା କୋଭିଡ ଗାଇଡଲାଇନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କୋଭିଡ ସଂକ୍ରମଣ ହ୍ରାସ ପାଇଥିବା ବେଳେ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଶେଷ ହୋଇଛି । ଭୋଟ ଗଣତି ପାଇଁ ଆସିଛି କୋଭିଡ ଗାଇଡଲାଇନ୍ । ସମସ୍ତ ଜିଲ୍ଲାପାଳଙ୍କୁ ନିର୍ବାଚନ ଆୟୋଗ ପକ୍ଷରୁ ଚିଠି ପଠାଯାଇଛି । ପୂର୍ବରୁ ଥିବା କଟକଣାରେ ସାମାନ୍ୟ କୋହଳ କରିଛନ୍ତି ନିର୍ବାଚନ ଆୟୋଗ ।

ନୂଆ ଗାଇଡଲାଇନ୍ ଅନୁସାରେ, ଭୋଟ ଗଣତି କେନ୍ଦ୍ରକୁ ଯିବାବେଳେ ସମସ୍ତଙ୍କ ଥର୍ମାଲ ସ୍କ୍ରିନିଂ ହେବ । ଡବଲ ଡୋଜ ଟିକା ନେଇଥିବା ବ୍ୟକ୍ତି ହିଁ ଗଣତି କେନ୍ଦ୍ରକୁ ଯାଇପାରିବେ । କୋଭିଡ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଗଣତି କେନ୍ଦ୍ରକୁ ଯିବାକୁ ଅନୁମତି ମିଳିବନି । ଗଣତିର ୪୮ ଘଣ୍ଟା ପୂର୍ବର କୋଭିଡ ନେଗେଟିଭ ରିପୋର୍ଟ ଦେବେ ।

Get real time updates directly on you device, subscribe now.