fbpx

ଚଳିତ ଥର ପଞ୍ଜାବରେ ୮ ପ୍ରତିଶତ କମ୍ ମତଦାନ: ବିଗିଡ଼ିବ ସମସ୍ତ ରାଜନୈତିକ ଦଳ ପୂର୍ବ ଗଣିତ

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭାର ୧୧୭ଟି ସିଟ ପାଇଁ ମତଦାନ ସମାପ୍ତ ହୋଇଛି । ତେବେ ଆସନ୍ତା ୧୦ ତାରିଖର ଫଳାଫଳ ନିର୍ଦ୍ଧାରଣ କରିବ ସମସ୍ତ ରାଜନୈତିକ ଦଳମାନଙ୍କର ଭାଗ୍ୟ । ତେବେ ଗତ ୨୦୧୭ ବିଧାନସଭା ନିର୍ବାଚନ ଅପେକ୍ଷା ଚଳିତ ଥର ପାଖାପାଖି ୮ ପ୍ରତିଶତ କମ୍ ମତଦାନ ହୋଇଛି । ଏହା ସମସ୍ତ ପାର୍ଟିମାନଙ୍କୁ ଅଡ଼ୁଆରେ ପକାଇ ଦେଇଛି । ଗତ ଥର ୭୭.୪ ପ୍ରତିଶତ ଭୋଟ ହୋଇଥିବା ବେଳେ ଚଳିତ ଥର ମାତ୍ର ୭୦ ପ୍ରତିଶତ ମତଦାନ ହୋଇଛି ।

ରାଜନୈତିକ ସମୀକ୍ଷକଙ୍କ ମତରେ, ଚଳିତ ଥର ଭୋଟ ହାର କମ୍ କରିଥିବାରୁ ଏପରି ସ୍ଥଳେ ଗୋଟିଏ ସିଟରେ ବିଜୟ-ପରାଜୟ ଓଲଟ ପାଲଟ ହୋଇପାରେ । କଂଗ୍ରେସ, ଶିରୋମଣି ଅକାଳି ଦଳ (ଏସଏଡି) ଓ ଆମ ଆଦମୀ ପାର୍ଟି (ଏଏପି) ଗତ ଥର ଯେଉଁ ସିଟରେ ବିଜୟ ହାସଲ କରିଥିଲେ, ଉକ୍ତ ସିଟଗୁଡ଼ିକରେ ମତଦାନ କମ୍ ହୋଇଛି । ଗତ ଥର କଂଗ୍ରେସ ୪୦ଟି ସିଟ ପାଇଥିବା ବେଳେ ଚଳିତ ଥର ୫ ପ୍ରତିଶତରୁ ଅଧିକ ଭୋଟ କ୍ଷତିବାର ଆଶଙ୍କା ରହିଛି । ଏଏପି ଗତଥର ୧୮ଟିରେ ଜିତିଥିବା ବେଳେ ଚଳିତ ଥର ୧୪ଟି ସିଟରେ ପାଞ୍ଚ ପ୍ରତିଶତରୁ ଅଧିକ କ୍ଷତି ସହିପାରେ । ଏସଏଡି ଗତଥର ୮ଟି ସିଟରେ ଜିତିଥିବା ବେଳେ ଚଳିତ ଥର ୭ଟି ସିଟରେ କ୍ଷତି ସହିପାରେ । ଏଭଳି ସ୍ଥିତିରେ ବହୁମତ ହାସଲ ଲକ୍ଷ୍ୟରେ ରହିଥିବା ଦଳଗୁଡ଼ିକୁ ଝଟକା ମିଳିପାରେ ।

Get real time updates directly on you device, subscribe now.