fbpx

ହୋଲି ପୂର୍ବରୁ ଗ୍ରାହକଙ୍କୁ ମିଳିବ ଆଶ୍ୱସ୍ତି, ଶସ୍ତା ହେବ ଖାଇବା ତେଲ; ଜାଣନ୍ତୁ କେତେ ଟଙ୍କା କମିବ

ନୂଆଦିଲ୍ଲୀ: ଲଗାତର ଭାବରେ ଦରଦାମ୍ ବୃଦ୍ଧି ପାଇବାରେ ଲାଗିଛି । ଖାସ୍ କରି କୋଭିଡ୍ ମହାମାରୀ କାରଣରୁ ବିଭିନ୍ନ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦାମ୍ ବଢ଼ିଛି । ଏହା ଭିତରେ ମାର୍ଚ୍ଚ ମାସରେ ଗ୍ରାହକଙ୍କୁ ଆଶ୍ୱସ୍ତି ମିଳିପାରେ । ଉଦ୍ୟୋଗ ସଂଗଠନ ସଲଭେଣ୍ଟ୍ ଏକ୍ସଟ୍ରାକ୍ଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଉପଭୋକ୍ତାଙ୍କୁ ଆଶ୍ୱସ୍ତି ଦେବା ପାଇଁ ନିଜ ସଦସ୍ୟା ମାନଙ୍କୁ ଖାଇବା ତେଲର ଦର କମାଇବାକୁ ଅପିଲ୍ କରିଛି । ଖାଇବା ତେଲର ଖୁଚୁରା ମୁଲ୍ୟରେ ୩ରୁ ୫ ଟଙ୍କା ଅର୍ଥାତ୍ ୩୦୦୦ରୁ ୫୦୦୦ ଟଙ୍କା ପ୍ରତି ଟନ୍ ହିସାବରେ ଦର କମାଇବାକୁ ଅପିଲ୍ କରିଛି ସଂଗଠନ ।

ଏହା ଦ୍ୱିତୀୟ ଥର ଯେତେବେଳେ କି ଶିଳ୍ପ ସଂସ୍ଥା ଏସଇଏ ନିଜର ସଦସ୍ୟମାନଙ୍କୁ ଏମଆରପି ହ୍ରାସ କରିବାକୁ ଅପିଲ୍ କରିଛି । ଗତ ଥର ନଭେମ୍ବର ୨୦୨୧ ରେ ଦୀପାବଳିରେ ଖାଇବା ତେଲର ଏମଆରପି ୩-୫ ଟଙ୍କା ହ୍ରାସ କରିବାକୁ ଏହାର ସଦସ୍ୟଙ୍କୁ କହିଥିଲେ। ତେବେ ଭାରତ ନିଜର ଖାଇବା ତେଲ ଆବଶ୍ୟକତାର ୬୦ ପ୍ରତିଶତରୁ ଅଧିକ ଖାଇବା ତେଲ ଆମଦାନୀ କରିଥାଏ । ଖାଇବା ତେଲର ଖୁଚୁରା ମୂଲ୍ୟକୁ ରୋକିବା ପାଇଁ ଭାରତ ଗତ କିଛି ମାସ ମଧ୍ୟରେ ପାମ୍ ଅଏଲ୍ ଉପରେ ଆମଦାନୀ ଶୁଳ୍କ ହ୍ରାସ କରିବା ଏବଂ ଷ୍ଟକ୍ ସୀମା ଲାଗୁ କରିବା ଭଳି ବିଭିନ୍ନ ପଦକ୍ଷେପ ନେଇଛି। ସରକାରଙ୍କ ଏହି ସକ୍ରିୟ ଉଦ୍ୟମ ସତ୍ତେ୍ୱ, ସମଗ୍ର ଭାରତରେ ହାରାହାରି ଖୁଚୁରା ମୂଲ୍ୟ ଏକ ବର୍ଷ ପୂର୍ବେ ସମାନ ସମୟ ତୁଳନାରେ ଅଧିକ ରହିଛି ।

Get real time updates directly on you device, subscribe now.