fbpx

ବାହାଘର ପରେ ସେକ୍ସ କରିବାକୁ ମନା କଲା ସ୍ୱାମୀ, ଥାନାରେ ପହଞ୍ଚିଗଲେ ପତ୍ନୀ: ଜାଣନ୍ତୁ କ’ଣ ରହିଛି ମାମଲା

ନୂଆଦିଲ୍ଲୀ: ବାହାଘର ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ାର ଅନେକ ଖବର ତ ଆପଣମାନେ ଶୁଣିଥିବେ । କେତେକ ମାମଲା ଥାନାରୁ ନେଇ କୋର୍ଟରେ ପହଞ୍ଚିଯାଏ, କିନ୍ତୁ ପତି-ପତ୍ନୀଙ୍କ ମଧ୍ୟରେ ଏପରି କିଛି ମାମଲା ରହିଛି ଯାହାକୁ ସେମାନେ ଗୋପନୀୟ ରଖନ୍ତି । ଏଥିରେ ପରସ୍ପର ମଧ୍ୟରେ ଗୋପନୀୟତା ବା ପ୍ରାଇଭେସୀ ରହିଥାଏ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଯୌନ ସମ୍ପର୍କ ସେହିପରି ଏକ ମାମଲା । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଏହା ସ୍ୱାଭାବିକ ଓ ତିହାରି ଜରୁରୀ ପ୍ରକ୍ରିୟା, କିନ୍ତୁ ଏହା ନହେଲେ ଆପଣ ଏହାକୁ କ’ଣ କହିବେ?

ତେବେ ଅହମ୍ମଦାବାଦରେ ଏପରି ଏକ ମାମଲା ସାମ୍ନାକୁ ଆସିଛି । ଏହି ମାମଲା ଲୋକମାନଙ୍କୁ କୌତୂହଳ ଲାଗିପାରେ, କିନ୍ତୁ ପତ୍ନୀ ନିଜ ସେକ୍ସ ଅଧିକାରରୁ ପାଇବା ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ମହିଳାଙ୍କ ସ୍ୱାମୀ ତାଙ୍କ ସହ ସେକ୍ସ କରିବାକୁ ମନା କରିଛନ୍ତି । ମହିଳା ଜଣକ ଏଥିରେ ରାଗିଯାଇ ନିଜ ସ୍ୱାମୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିଛନ୍ତି ।

ଅହମ୍ମଦାବାଦରେ ଏହି ୩୩ ବର୍ଷିୟା ମହିଳା ଜଣକ ସାବରମତି ପୋଲିସ ଷ୍ଟେସନରେ ଅଭିଯୋଗ କରି ନ୍ୟାୟ ମାଗିଛନ୍ତି । ମହିଳାଙ୍କ ଅଭିଯୋଗ ଅନୁସାରେ, ବାହାଘରର ଏକ ବର୍ଷ ଯାଏଁ ସ୍ୱାମୀ ତାଙ୍କ ସହ କୌଣସି ଯୌନ ସମ୍ପର୍କ ରଖିନଥିଲେ । ଏନେଇ କହିବାରୁ ପାଟିତୁଣ୍ଡ ଓ ନିର୍ଯ୍ୟାତନା ସହିବାକୁ ପଡିଥିଲା । ଶେଷ ଥକ୍କି ପଡ଼ି ମହିଳା ଜଣକ ଅଭିଯୋଗ କରିବାକୁ ଥାନାରେ ପହଞ୍ଚିଛନ୍ତି ।

ସୂଚନା ଅନୁସାରେ, ଗତବର୍ଷ ଫେବ୍ରୁଆରୀ ମାସରେ ବଡୋଦରାରେ ଜଣେ ଯୁବକଙ୍କ ସହ ମହିଳାଙ୍କର ବାହାଘର ହୋଇଥିଲା । ବାହାଘର ୱେବସାଇଟରୁ ଉଭୟେ ଭେଟ ହୋଇଥିଲେ । ବର୍ଷକ ମଧ୍ୟରେ ପୁତ୍ର ସନ୍ତାନ ଜନ୍ମ କରିବାକୁ ପରିବାର ଲୋକେ କହିଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ସ୍ୱାମୀ ତାଙ୍କୁ ଛୁଇଁନଥିବା ସେ ଅଭିଯୋଗ କରିଛନ୍ତି । ମହିଳାଙ୍କ କହିବା ମୁତାବକ, ‘ମୋ ସ୍ୱାମୀ ରାତିରେ ଅଜବ ପୋଷାକ ପିନ୍ଧନ୍ତି । ଯେବେ ମୁଁ ତାଙ୍କୁ ସେକ୍ସ ପାଇଁ କୁହେ ସେ କୁହନ୍ତି କି, ମୁଁ ଜଣେ ପୁରୁଷ କରି ଦେଖାଯାଉଛି କି? ସେ ମୋ ସହ ସମ୍ପର୍କ ରଖିପାରିଲେ ନାହିଁ । ଯେତେବେଳେ ବି ମୁଁ ତାଙ୍କ ସହ ଏହି ମାମଲାରେ କଥା ହୁଏ, ସେ ମୋ ଗଳା ଚିପିବା ସହ ନିର୍ଯ୍ୟାତନା ଦିଅନ୍ତି । ମୋ ସ୍ୱାମୀ ପ୍ରାୟତଃ ଆଇଭିଏଫ୍ ମାଧ୍ୟମରେ ସନ୍ତାନ ଜନ୍ମ ପରିବାକୁ କୁହନ୍ତି । ମୁଁ ମନା କରିବାରୁ ମୋତେ ଧକ୍କା ମାରିବା ସହ ଘରୁ ତଡ଼ିଦେଲେ । ଏବେ ମୋତେ ଫେରାଇ ନେବାକୁ ୨୫ ଲକ୍ଷ ଟଙ୍କା ଯୌତୁକ ଦାବି କରୁଛନ୍ତି ।’

Get real time updates directly on you device, subscribe now.