ନୂଆଦିଲ୍ଲୀ: ୨୦୨୨ର ନୂଆ ସିଜନ ପାଇଁ ନୂଆ ନିୟମ ଲାଗୁ କରିଛି ଆଇପିଏଲ ଗଭର୍ଣ୍ଣିଙ୍ଗ କାଉନ୍ସିଲ । ୨୬ ମାର୍ଚ୍ଚ-୨୯ ମେ ପର୍ଯ୍ୟନ୍ତ ହେବାକୁ ଥିବା ଆଇପିଏଲରେ ଯୋଡି ହେବ କିଛି ନୂଆ ନିୟମ । ଆଇପିଏଲର ସମସ୍ତ ମ୍ୟାଚ ମହାରାଷ୍ଟ୍ରରେ ହିଁ ଖେଳାଯିବ । ୭୦ ମ୍ୟାଚରୁ ମୁମ୍ବାଇରେ ୫୫ ଏବଂ ପୁଣେରେ ୧୫ଟି ମ୍ୟାଚ ଆୟୋଜନ ହେବାକୁ ଥିବା ବେଳେ ଗୋଟିଏ ବାୟୋ ବବଲରେ ସମ୍ପୂର୍ଣ୍ଣ ହେବ ଆଇପିଏଲ ।
ପ୍ରତ୍ୟେକ ଟିମ ମଧ୍ୟରେ ଖେଳାଯିବ ଦୁଇଟି ମ୍ୟାଚ:
ଆଇପିଏଲ-୨୦୨୨ ପାଇଁ ଆଉ ଏକ ନୂଆ ନିୟମ ସାମନାକୁ ଆସିଛି । ପ୍ରତ୍ୟେକ ଟିମ ୫ଟି ଟିମ ସହ ଦୁଇଟି ଲେଖାଏଁ ମ୍ୟାଚ ଖେଳିବେ । କିନ୍ତୁ ଶେଷ ୪ଟି ଟିମ କେବଳ ଗୋଟିଏ ଲେଖାଏଁ ମ୍ୟାଚ ଖେଳିବେ । ତେବେ କେଉଁ ଟିମ କାହା ସହ ଖେଳିବେ ତାହା ସ୍ପଷ୍ଟ କରିବା ପାଇଁ ୧୦ଟି ଟିମକୁ ୨ ଭାଗରେ ବିଭକ୍ତ କରାଯାଇଛି । ଦଳଗୁଡିକ ଟୁର୍ଣ୍ଣାମେଣ୍ଟରେ ଫାଇନାଲରେ କେତେ ଥର ଆଇପିଏଲ୍ ଚାମ୍ପିଅନ୍ସ ମୁକୁଟ ପିନ୍ଧିଛନ୍ତି ତାହା ଉପ ରେ ଆଧାର କରି ଦଳଗୁଡିକୁ ବିଭକ୍ତ କରାଯାଇଛି ।
କେଉଁ ଗ୍ରୁପରେ କେଉଁ ଟିମ:
ସିଡିଙ୍ଗ ଅନୁଯାୟୀ ୧,୩,୫ ଏବଂ ୭ ନବର ଦଳକୁ ଗ୍ରୁପ ଏ’ ଏବଂ ୨,୪,୬ ଏବଂ ୮ ନମ୍ବର ଦଳକୁ ଗ୍ରୁପ ବି’ରେ ସ୍ଥାନ ଦିଆଯାଇଛି । ତେବେ ଲକ୍ଷେ୍ନø ଏବଂ ଗୁଜୁରାଟ ଦୁଇ ନୂଆ ଦଳକୁ ଯଥାକ୍ରମେ ଗ୍ରୁପ ଏ ଏବଂ ଗ୍ରୁପ ବିରେ ସ୍ଥାନ ଦେଇଛି କାଉନ୍ସିଲ । ଟୁର୍ଣ୍ଣାମେଣ୍ଟରେ ସବୁଠୁ ଅଧିକ ଥର ଚମ୍ପିଆନର ମୁକୁଟ ପିନ୍ଧଥିବା ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ଗ୍ରୁପ ଏ’ ରେ ସ୍ଥାନ ପାଇଛି । ଏହାପରେ ୪ଥର ଟ୍ରଫି ହାସଲ କରିଥିବା ଚେଚନ୍ନାଇ ସୁପର କିଙ୍ଗସ ଗ୍ରୁପ ବି’ ର ପ୍ରଥମ ଦଳ ଭାବେ ଉଭା ହୋଇଛି । ସେହିପରି ଅନ୍ୟ ଦଳ ମଧ୍ୟ ନିଜ ନିଜ ସ୍ଥାନ ପାଇ ସାରିଛନ୍ତି ।
ଗ୍ରୁପ ଏ- ମୁମ୍ବାଇ ଇଣ୍ଡିଆନ୍ସ, କୋଲକାତା ନାଇଟ ରାଇଡର୍ସ, ରାଜସ୍ଥାନ ରୋୟଲ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ଲକ୍ଷେ୍ନø ସୁପର ଜିଆଣ୍ଟସ
ଗୁପ ବି- ଚେନ୍ନନାଇ ସୁପର କିଙ୍ଗସ, ସନରାଇଜର୍ସ ହାଇଦ୍ରାବାଦ, ରୋୟଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ପଞ୍ଜାବ କିଙ୍ଗସ ଏବଂ ଗୁଜୁରାଟ ଟାଇଟନ୍ସ
ପ୍ରତ୍ୟେକ ନିଜ ଗ୍ରୁପର ଦଳ ଏବଂ ଅନ୍ୟ ଗ୍ରୁପର ସମାନ ଧାଡିରେ ଥିବା ଦଳ ସହିତ ଦୁଇ ଥର ଖେଳିବେ । ଚେନ୍ନାଇ ଗ୍ରୁପ ବି’ର ହାଇଦ୍ରାବାଦ, ବାଙ୍ଗାଲୋର, ପଞ୍ଜାବ ଏବଂ ଗୁଜୁରାଟ ସହିତ ଦୁଇଟି ମ୍ୟାଚ ଖେଳିବା ସହ ଗ୍ରୁପ ଏ’ର ମୁମ୍ବାଇ ସହିତ ମଧ୍ୟ ଦୁଇଟି ମ୍ୟାଚ ଖେଳିବ । ତେବେ ଗ୍ରୁପ ଏ’ର ଅନ୍ୟ ଦଳଗୁଡିକ ସହିତ ଗୋଟିଏ ଲେଖାଏଁ ମ୍ୟାଚ ଖେଳିବ ଚେନ୍ନାଇ ।