ବିବାହର ୨୧ ବର୍ଷ ପରେ ସ୍ୱାମୀ ହୋଇଗଲେ ମହିଳା: ଏମିତି ନିଷ୍ପତ୍ତି ନେଲେ କୋର୍ଟ

ନୂଆଦିଲ୍ଲୀ: ରାଜସ୍ଥାନରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ବିବାହର ଦୀର୍ଘ ୨୧ ବର୍ଷ ପରେ ସ୍ୱାମୀ ଜଣଙ୍କ ମହିଳା ହୋଇ ଯାଇଛନ୍ତି । ଲିଙ୍ଗ ପରିବର୍ତ୍ତନ ସର୍ଜରୀ ଦ୍ୱାରା ଏହି ବ୍ୟକ୍ତି ଜଣଙ୍କ ମହିଳା ହୋଇ ଯାଇଛନ୍ତି । ଉଭୟ ପତି-ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଠିକ୍ ନଥିବା ବେଳେ ଉଭୟ ୨୦୧୭ରୁ ଅଲଗା ରହୁଛନ୍ତି । ଏହାକୁ ଦୃଷ୍ଟିରେ ରଖି କୋର୍ଟ ଉଭୟଙ୍କ ଛାଡପତ୍ରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ଯୋଧପୁରର ଏହି ୪୫ ବର୍ଷୀୟ ବ୍ୟକ୍ତି ଜଣଙ୍କ ନିଜର ଲିଙ୍ଗ ପରିବର୍ତ୍ତନ ସର୍ଜରୀ କରାଇଥିଲେ । ଉଭୟଙ୍କ ମଧ୍ୟରେ ପୂର୍ବରୁ ସହମତି ଆଧାରରେ ଉଭୟଙ୍କ ମଧ୍ୟରେ ସବୁକିଛି ସ୍ଥିର ହୋଇ ସାରିଥିଲା । ଆଲିମୋନି ଠାରୁ ଆରମ୍ଭ କରି ସବୁକିଛି ସ୍ଥିର ହୋଇ ସାରିଥିଲା । ତେବେ ପୁରୁଷ ଜଣଙ୍କ ନିଜ ଲିଙ୍ଗ ପରିବର୍ତ୍ତନ କରିବା ପରେ ମହିଳା ଜଣଙ୍କ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ମାମଲାର ଶୁଣାଣି କରିବା ସହିତ ତୁରନ୍ତ ଡିଭୋର୍ସ ମଞ୍ଜୁର କରିଥିଲେ ।