ନବୋଦୟ ବିଦ୍ୟାଳୟରେ ଭର୍ତ୍ତି ପରୀକ୍ଷାର ଜାରୀ ହେଲା ଆଡମିଟ୍ କାର୍ଡ, ଏହି ଲିଙ୍କକୁ ଯାଇ ଡାଉନଲୋଡ୍ କରନ୍ତୁ..

ନୂଆଦିଲ୍ଲୀ: ନବୋଦୟ ବିଦ୍ୟାଳୟ ସମିତି(ଏନଭିଏସ୍) ବିଭିନ୍ନ ନନ୍-ଟିଚିଂ ପଦବୀ ପାଇଁ ହେଉଥିବା ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି କରିଛି । ଯେଉଁ ଆଶାୟୀ ଫେବୃଆରୀ ୧୦ ତାରିଖ ପୂର୍ବରୁ ପରୀକ୍ଷା ପାଇଁ ଆଦେବନ କରିଛନ୍ତି ସେମାନେ ନବୋଦୟ ବିଦ୍ୟାଳୟର ଅଫିସିଆଲ୍ ୱେବସାଇଟ୍ navodaya.gov.in କୁ ଯାଇ ଆଡମିଟ୍ ଡାଉନଲୋଡ୍ କରିପାରିବେ ।

ପରୀକ୍ଷା ତାରିଖ, ସମୟ ଓ ସ୍ଥାନ ଆଡମିଟ୍ କାର୍ଡରେ ଉଲ୍ଲେଖ ରହିଥିବ । ନଭୋଦୟ ବିଦ୍ୟା ସମିତି ନିଯୁକ୍ତି ପରୀକ୍ଷା ୨୦୨୨ ମାର୍ଚ୍ଚ ୮ ରୁ ମାର୍ଚ୍ଚ ୧୩ ପର୍ୟ୍ୟନ୍ତ ଅନୁଷ୍ଠିତ ହେବ । ଏହି ପରୀକ୍ଷା ମାଧ୍ୟମରେ ୧୯୦୦ ରୁ ଅଧିକ ଖାଲି ପଦବୀ ନିଯୁକ୍ତ କରାଯିବ।

ଗ୍ରୁପ୍ ଏ, ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ବର୍ଗ ପଦବୀରେ ନିଯୁକ୍ତି ମାଧ୍ୟମରେ ମୋଟ ୧୯୨୫ ଟି ଖାଲି ପଦବୀ ଘୋଷଣା କରାଯାଇଥିଲା। ମହିଳା ଷ୍ଟାଫ୍ ନର୍ସ, କ୍ୟାଟରିଂ ଆସିଷ୍ଟାଣ୍ଟ, ଇଲେକ୍ଟ୍ରିସିଆନ୍ କମ୍ ପ୍ଲମ୍ବର ଏବଂ ଷ୍ଟେନୋଗ୍ରାଫର ପଦବୀ ପାଇଁ ପରୀକ୍ଷା ୮ ମାର୍ଚ୍ଚ ୨୦୨୨ ରେ ଅନୁଷ୍ଠିତ ହେବ। ମାର୍ଚ୍ଚ ୯, ୨୦୨୨ ରେ, ଜୁନିଅର ସାକ୍ରେଡ୍ ଆସିଷ୍ଟାଣ୍ଟ (ଜେଏନଏଭି କ୍ୟାଡର) ଏବଂ ଲ୍ୟାବ ଆଟେଣ୍ଡାଣ୍ଟ ପାଇଁ ପରୀକ୍ଷା ହେବ ।