fbpx

ରୁଷର ଅହରହ ଆକ୍ରମଣ: ଆର୍ଟିଲେରୀ ଆଟାକ୍ ରେ ୭୦ ୟୁକ୍ରେନ ଯବାନ ମୃତ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷ ଅହରହ ଆକ୍ରମଣ ଜାରି ରଖିଛି । ଯାହାଫଳରେ ଏଯାବତ୍ ୩୫୦ରୁ ଅଧିକ ସାଧାରଣ ନାଗରିକ ମୃତ୍ୟୁବରଣ କରିଛନ୍ତି । ବର୍ତ୍ତମାନର ଖବର ଅନୁସାରେ, ଖାରକିଭ୍ ଓ କିଭ୍ ମଧ୍ୟରେ ଥିବା ଏକ ସହର ଓଖତିର୍କା ଠାରେ ୭୦ ଜଣ ୟୁକ୍ରେନୀ ଯବାନ ମୃତ୍ୟୁବରଣ କରିଛନ୍ତି । ରୁଷର ଆର୍ଟିଲେରୀ ଆକ୍ରମଣ ବା ତୋପମାଡ଼ରେ ଯବାନ ମାନେ ପ୍ରାଣ ହରାଇଥିବା ଖବର ସୂଚନା ମିଳିଛି । ତେବେ ଏହି ଓଖତିର୍କା ରାଜଧାନୀ କିଭ୍ ଠାରୁ ୩୪୫ କିମି ଦୂର ।

ଅନ୍ୟପଟେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଫ୍ଲାଇଟ୍ ୧୮୨ ଭାରତୀୟଙ୍କୁ ନେଇ ୟୁକ୍ରେନରୁ ଫେରିଛି । ଆଜି ସକାଳ ସମୟରେ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିଛି । ଏହି ଫ୍ଲାଇଟ୍ ୟୁକ୍ରେନ ସୀମାନ୍ତ ଦେଶ ରୋମିନଆର ରାଜଧାନୀ ବୁଚାରେଷ୍ଟ୍ ରୁ ଆସିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.