fbpx

ପରିବେଶ ପରିବର୍ତ୍ତନ ପାଇଁ ଭାରତକୁ ମାଡି ଆସୁଛି ବଡ ବିପଦ: ପ୍ରଭାବିତ ହେବେ ୫ କୋଟି ଲୋକ

ନୂଆଦିଲ୍ଲୀ : ଭାରତକୁ ଏକ ବଡ଼ ବିପଦ ମାଡ଼ି ଆସୁଛି । ଜଳବାୟୂ ପରିବର୍ତନ ଯୋଗୁଁ ଭାରତ ଏକ ବଡ଼ ସଂକଟ ଦେଇ ଗତି କରିବାର ଆଶଙ୍କା ରହିଛି । ଯାହାକୁ ନେଇ ଏବେ ପରିବେଶବିତମାନେ ଚିନ୍ତାରେ ପଡ଼ି ଯାଇଛନ୍ତି ।
ରିପୋର୍ଟ ଅନୁସାରେ, ଜଳବାୟୂ ପରିବର୍ତନ ଯୋଗୁଁ ତାପମାତ୍ରା ବୃଦ୍ଧି ପାଉଛି । ଫଳରେ ଭାରତରେ ଉଷ୍ମତା ବୃଦ୍ଧି ପାଇବା ସହ ମଣିଷଙ୍କ ପାଇଁ ବିପଦର କାରଣ ପାଲଟିବ । ଭାରତର ସହରମାନଙ୍କରେ ଅଧିକ ଗରମ ହେବା ସହ ସମୁଦ୍ରରେ ବି ଜଳସ୍ତର ବୃଦ୍ଧି ପାଇବ । ଏହାଛଡ଼ା ସହରରେ ବାତ୍ୟା, ବନ୍ୟା ଓ ତୋଫାନ ଆସିବାର ଆଶଙ୍କା ରହିଛି । ଏହି ଶତାଦ୍ଧୀର ମଧ୍ୟ ଭାଗ ସୁଦ୍ଧା ଦେଶର ସାଢେ଼ ୩ କୋଟି ସମୁଦ୍ରକୂଳିଆ ଲୋକ ବିପଦରେ ପଡ଼ିବା ସହ ଶତାବ୍ଦୀ ଶେଷ ବେଳକୁ ୫ କୋଟି ଲୋକ ବିଭୀଷିକାକୁ ସାମ୍ନା କରିବେ ।

ଆଇପିସିସି ରିପୋର୍ଟ ଅନୁସାରେ ଭାରତର ସୁରତ, ଇନେ୍ଦାର ଓ ଭୁବନେଶ୍ୱର ଭଳି ସହର ଜଳବାୟୂ ପରିବର୍ତନ ନେଇ ଯେଉଁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ମଧ୍ୟ ଆଲୋକପାତ କରାଯାଇଛି ।
ରିପୋର୍ଟର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଉଛି, ଦୁନିଆର ଅର୍ଦ୍ଧେକ ଲୋକଙ୍କ ପାଇଁ ବିପଦ ରହିଛି । ବହୁ ପ୍ରୟାସ ସତ୍ୱେ ଇକୋସିଷ୍ଟମ ବା ଜୈବବ୍ୟବସ୍ଥାରେ ପରିବର୍ତନ ଆସୁନଥିବାରୁ ଭାରତରେ ତାପମାତ୍ରା ୧ରୁ ୪ ଡିଗ୍ରୀ ବୃଦ୍ଧି ପାଉଛି । ଫଳରେ ଚାଉଳ ଉôପାଦନ ୧୦ରୁ ୩୦ ପ୍ରତିଶତ ଓ ମକା ଉôପାଦନ ୨୫ରୁ ୭୦ ପ୍ରତିଶତ ହ୍ରାସ ପାଇବାର ଆଶଙ୍କା ରହିଛି ।

Get real time updates directly on you device, subscribe now.