ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରହିଛି । ଏବେ ବି ୟୁକ୍ରେନ ୱାର ଜୋନରେ ଫସିଛନ୍ତି ୪ ହଜାର ଭାରତୀୟ । ଖାରକିଭ ଓ ସୁମିରେ ପ୍ରାୟ ୪ ହଜାର ଭାରତୀୟ ଫସି ରହିଛନ୍ତି । ଆଉ ୪ ହଜାର ଭାରତୀୟ ୟୁକ୍ରେନର ପଶ୍ଚିମ ଭାଗରେ ରହିଛନ୍ତି । ୨୦ ହଜାର ଭାରତୀୟଙ୍କ ମଧ୍ୟରୁ ୧୨ ହଜାର ଦେଶ ଛାଡ଼ିସାରିଛନ୍ତି । ପଡୋଶୀ ଦେଶକୁ ଚାଲି ଆସିଥିବା ଭାରତୀୟଙ୍କୁ ଉଦ୍ଧାର ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି ଭାରତୀୟ ବାୟୁସେନା ବିମାନ । ଖୁବଶୀଘ୍ର ଆଉ ୨୬ଟି ବିମାନରେ ଭାରତୀୟଙ୍କୁ ଫେରାଇବାର ଲକ୍ଷ୍ୟ ରଖାଯାଇଛି ।