fbpx

ପିତା ହେଲେ ସିଙ୍ଗର୍ ଆଦିତ୍ୟ ନାରାୟଣ: କନ୍ୟାରତ୍ନକୁ ଜନ୍ମ ଦେଲେ ପତ୍ନୀ ଶ୍ୱେତା

ମୁମ୍ବାଇ: ବଲିଛଡ ଜଗତର ସିଙ୍ଗର ବା ଅଭିନେତା ଆଦିତ୍ୟ ନାରାୟଣ ଓ ତାଙ୍କ ପତ୍ନୀ ଶ୍ୱେତା ଅଗ୍ରୱାଲଙ୍କ ଘରକୁ ଆସିଛି ଖୁସିଖବର । ସେମାନେ ପିତା-ମାତା ହେବାରସୌଭାଗ୍ୟ ଅର୍ଜନ କରିଛନ୍ତି । ପତ୍ନୀଙ୍କ ଔରସରୁ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିବା ନେଇ ଆଜି ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଆଦିତ୍ୟ । ତାଙ୍କ ଝିଅଙ୍କ ଜନ୍ମ ୨୪ ଫେବ୍ରୁଆରୀ ୨୦୨୨ରେ ମୁମ୍ବାଇର ଏକ ନଂର୍ସିହୋମରେ ହୋଇଥିବା ସେ କହିଛନ୍ତି ।

ପିତା ହେବାର ସୂଚନା ଦେବା ସହ ଆଦିତ୍ୟ କହିଛନ୍ତି ଯେ, ‘ପତ୍ନୀ ଶ୍ୱେତା ଅଗ୍ରୱାଲ କନ୍ୟା ସନ୍ତାନ ଜନ୍ମ କରି ମୋ ଜୀବନରେ ଆହୁରି ଅଧିକ ଖୁସି ଆଣି ଦେଇଛନ୍ତି । ମୋ ବନ୍ଧୁ ବାନ୍ଧବ ଏକ ପୁତ୍ର ସନ୍ତାନ ଚାହୁଁଥିଲେ, ମୁଁ କିନ୍ତୁ ମନେ ମନେ ଭଗବାନଙ୍କୁ କନ୍ୟା ରତ୍ନ ମାଗୁଥିଲି । ଜଣେ ଭଲ ବାପା ହେବା ପାଇଁ ମୁଁ ଯଥାସମ୍ଭବ ଉଦ୍ୟମ କରିବି ।’ ତେବେ ଆଦିତ୍ୟ ଓ ଶ୍ୱେତା ୧ ଡିସେମ୍ବର ୨୦୨୦ରେ ବିବାହ କରିଥିଲେ । ଉଭୟଙ୍କ କେମିଷ୍ଟ୍ରିକୁ ପ୍ରଶଂସକଙ୍କମାନେ ବେଶ ପସନ୍ଦ କରିଛନ୍ତି ।

Get real time updates directly on you device, subscribe now.