fbpx

ୟୁକ୍ରେନରେ ସାମୟିକ ଅସ୍ତ୍ରବିରତି ଘୋଷଣା କଲା ରୁଷ: କ’ଣ ଅଟକିଯିବ ଯୁଦ୍ଧ?

ମସ୍କୋ: ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆସିଛି ବଡ଼ ଖବର । ୟୁକ୍ରେନର ୨ଟି ସହରରେ ସାମୟିକ ଅସ୍ତ୍ରବିରତି ଘୋଷଣା କରିଛି ରୁଷ । ମାରିୟୁପୋଲ ଓ ବୋଲନବାଖା ସହରରେ ସସାମୟିକ ଅସ୍ତ୍ରବିରତି ଘୋଷଣା ନେଇ ସୂଚନା ମିଳିଛି । ଯୁଦ୍ଧ ପ୍ରବଣ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର ପାଇଁ ଅସ୍ତ୍ରବିରତି ଘୋଷଣା କରାଯାଇଥିବା ଜଣାପଡିଛି । ଭାରତୀୟ ସମୟ ଅନୁସାରେ, ଦିନ ୧୧ଟା ୩୦ରୁ ଅସ୍ତ୍ରବିରତି ଆରମ୍ଭ । ଦିନ ୧୧ଟା ୩୦ରୁ ସାଢ଼େ ୫ ଘଣ୍ଟା ଅସ୍ତ୍ରବିରତି ପାଇଁ ଘୋଷଣା ହୋଇଛି । ୧୧ଟା ୩୦ରୁ ରୁଷିଆ ପକ୍ଷରୁ ମିସାଇଲ, ରକେଟ ମାଡ଼ ବନ୍ଦ ହୋଇଛି ।

ଯେପର୍ଯ୍ୟନ୍ତ ସେଠାରେ ଫସିଥିବା ଲୋକଙ୍କୁ ଉଦ୍ଧାର କରାଯାଇନି, ସେପର୍ଯ୍ୟନ୍ତ ଆକ୍ରମଣ କରାଯିବନି ବୋଲି କୁହାଯାଇଛି । ଯୁଦ୍ଧ ସମୟରେ ଫସିରହିଥିବା ଛାତ୍ର ଓ ଗର୍ଭବତୀଙ୍କୁ ଉଦ୍ଧାର, ସାଧାରଣ ଲୋକ ଓ ଛୋଟ ପିଲାମାନଙ୍କୁ ଉଦ୍ଧାର ପାଇଁ ଏହାକୁ ଘୋଷଣା କରିଛି ରୁଷ । ଯୁଦ୍ଧର ଦଶମ ଦିନରେ ସାମୟିକ ଅସ୍ତ୍ରବିରତି ଘୋଷଣା କରିଛି ରୁଷ ।

Get real time updates directly on you device, subscribe now.