ବନ୍ଦ ହେବ ଋଷ-ୟୁକ୍ରେନ ଯୁଦ୍ଧ: ଜେଲେନସ୍କିଙ୍କ ପାଇଁ ଏହି ସର୍ତ୍ତ ରଖିଲେ ପୁତିନ

ନୂଆଦିଲ୍ଲୀ: ୟୁକ୍ରେନ ଯୁଦ୍ଧକୁ ନେଇ ପୁଣିଥରେ ଚେତାବନୀ ଦେଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ । ନିଜ ଜିଦରେ ଅଟଳ ରହିବା ପାଇଁ ସେ ଆଭାସ ଦେଇଛନ୍ତି । ଏହି ରକ୍ତର ହୋଲି ବନ୍ଦ କରିବାକୁ ୟୁକ୍ରେନକୁ ଦେଇଛନ୍ତି ଏକ ପ୍ରସ୍ତାବ । ରାଷ୍ଟ୍ରପତି ଜେଲେନସ୍କି କେବଳ ଗୋଟିଏ ସର୍ତ୍ତ ମାନିନେଲେ ଏହି ଯୁଦ୍ଧକୁ ରୋକି ପାରନ୍ତି ବୋଲି ପୁତିନ ଚେତାବନୀ ଦେଇଛନ୍ତି । ତେବ କଣ ଏହି ସର୍ତ୍ତ ଆସନ୍ତୁ ଜାଣିବା ।

ଯଦି ୟୁକ୍ରେନ ରାଜଧାନୀ କିଭ ସେନ୍ୟ ହାର ମାନିଯାଆନ୍ତି କିମ୍ବା ଆତ୍ମ ସମର୍ପଣ କରନ୍ତି, ତେବେ ଋଷ ଏହି ଯୁଦ୍ଧରେ ବିରାମ ଲଗାଇପାରେ ବୋଲି ସର୍ତ୍ତ ରଖିଛି ଋଷ । ଏହା ସହିତ କ୍ରିମଲିନର ସମସ୍ତ ଦାବି ପୂରଣ କଲେ କେବଳ ଯୁଦ୍ଧକୁ ରୋକା ଯାଇ ପାରିବ ବୋଲି ପୁତିନ ସର୍ତ୍ତ ରଖିଛନ୍ତି । ଏ ନେଇ ତୁର୍କୀ ରାଷ୍ଟ୍ରପତି ରଜବ ତୈୟବ ଏର୍ଦାଗନଙ୍କ ସହ ଆଲୋଚନା କରିବା ସମୟରେ କହିଛନ୍ତି ଋଷ ରାଷ୍ଟ୍ରପତି ପୁତିନ । ତେବେ ୟୁକ୍ରେନ ଯୁଦ୍ଧରେ ସମର୍ପଣ ନ କରିବା ପର୍ଯ୍ୟନ୍ତ ଋଷ ସେନାର ଆକ୍ରମଣ ଜାରି ରହିବ ବୋଲି ୟୁକ୍ରେନକୁ ଚେତାବନୀ ଦିଆଯାଇଛି । ବିଭିନ୍ନ ଦେଶକୁ ସହଯୋଗ ମାଗିଥିବା ବେଳେ କେବଳ କୁଟନୈତିକ ସାହାଯ୍ୟ ପାଇପାରିଛି ୟୁକ୍ରେନ ।

ସୂଚନା ଅନୁସାରେ ୟୁକ୍ରେନର ପାଲଟା ଜବାବରେ ଋଷ ସେନାର ଆକ୍ରମଣ ଧିରେ ଧିରେ କମ ହେବାରେ ଲାଗିଛି । କିନ୍ତୁ ଋଷ ସୈନ୍ୟ କିଭ ଉପରେ ଆକ୍ରମଣ କରିବା ଦିଗରେ ଅଗ୍ରସର ହେଉତିବା ବିଶେଷ ସୂତ୍ରରୁ ଖବର ମିଳିଛି । ତେବେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ପଶ୍ଚିମ ଦେଶମାନଙ୍କୁ ଯୁଦ୍ଧର ସତର୍କବାଣୀ ଶୁଣାଇଛନ୍ତି । ଯଦି ଆପଣମାନେ ଆଜି ମୋତେ ସହଯୋଗ କରିବାକୁ ଅସମର୍ଥ, ତେବେ ଆସନ୍ତାକାଲି ଆପଣମାନଙ୍କୁ ମଧ୍ୟ ଯୁଦ୍ଧର ଡାକରା ମିଳିପାରେ ବୋଲି ସୂଚାଇ ଦେଇଛନ୍ତି ଜେଲେନସ୍କି ।