fbpx

Sa Re Ga Ma Pa ୱିନର ହେଲେ ନୀଲାଞ୍ଜନା, ଟ୍ରଫି ସହ ମିଳିଲା ଲକ୍ଷ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଜି ଟିଭିରେ ପ୍ରସାରିତ ଲୋକପ୍ରିୟ ରିୟଲିଟି ଶୋ ସାରେଗାମାପାର ବିଜେତାଙ୍କ ନାମ ଘୋଷଣା କରାଯାଇଛି । ଏଥିରେ ବାଜି ମାରି ନେଇଛନ୍ତି ନୀଲାଞ୍ଜନା ରାୟ । ନୀଲାଞ୍ଜନାଙ୍କୁ ସର୍ବାଧିକ ଭୋଟ ମିଳିଥିବା ବେଳେ ରନର ଅପ୍ ହୋଇଛନ୍ତି ଦୁଇ ପ୍ରତିଯୋଗୀ ରାଜଶ୍ରୀ ବାଗ ଓ ଶରଦ ଶର୍ମା । ନିଲାଞ୍ଜନାଙ୍କୁ ୱିନର ଟ୍ରଫି ପ୍ରଦାନ କରିବା ସମୟରେ ମଞ୍ଚରେ ବିଶାଲ ଦଦଲାନି, ଶଙ୍କର ମହାଦେବନ, ହିମେଶ ରେଶମିଆ, ଉଦିତ ନାରାୟଣଙ୍କ ପରି ବହୁ ବିଶିଷ୍ଟ କଳାକାରମାନେ ଉପସ୍ଥିତ ଥିଲେ ।

ତେବେ ନୀଲାଞ୍ଜନାଙ୍କୁ ଏହି ଟ୍ରଫି ସହ ପ୍ରାଇଜ୍ ମନି ଭାବେ ୧୦ ଲକ୍ଷ ମିଳିଛି । ସେହିପରି ପ୍ରଥମ ରନର ଅପ୍ ରାଜଶ୍ରୀଙ୍କୁ ୫ ଲକ୍ଷ ଓ ଦ୍ୱିତୀୟ ରନର ଅପଙ୍କୁ ୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ଅନ୍ୟ ପ୍ରତିଯୋଗୀଙ୍କ ମଧ୍ୟରେ ଅନନ୍ୟା ଚକ୍ରବର୍ତ୍ତୀ, ସ୍ନିଗ୍ଧଜୀତ ଓ ସଞ୍ଜନା ଭଟ୍ଟ ଟପ-୬ରେ ପହଞ୍ଚିଥିଲେ । ଫିନାଲେରେ ପହଞ୍ଚିଥିବା ସମସ୍ତ ପ୍ରତିଯୋଗୀଙ୍କ ଶାନଦାର ପ୍ରଦର୍ଶନ ଦର୍ଶକଙ୍କୁ ବିମୋହିତ କରିନେଇଥିଲା ।

ସାରେଗାମାପା ଟାଇଟଲ ଜିତିବା ପରେ ନୀଲାଞ୍ଜନା ବହୁତ ଖୁସି ଜଣାପଡ଼ୁଥିଲେ । ଏନେଇ ସେ କହିଥିଲେ ଯେ, ଏହି ଟ୍ରଫି ଜିତିଥିବାରୁ ମୁଁ ସମସ୍ତ ଦର୍ଶକଙ୍କୁ ଧନ୍ୟବାଦ ଦେଉଛି । ଏତେବଡ଼ ଶାନଦାର ସଫଳ ଆଜି ସମାପ୍ତ ହେଉଛି, ଏହା ମୁଁ ବିଶ୍ୱାସ କରିପାରୁନାହିଁ । ଶୋର ସମସ୍ତ ଜଜମାନଙ୍କଠାରୁ ମୁଁ ବହୁତ କିଛି ଶିଖିବାକୁ ପାଇଛି । ଏଥିସହ ଶୋର ମେଣ୍ଟର ଓ ଜୁରୀ ସଦସ୍ୟମାନେ ବହୁତ ସହଯୋଗ କରିଥିଲେ । ମୋର ରହର୍ସାଲ ଓ ଟ୍ରେନିଂ ସମୟର ଯାତ୍ରାକୁ କେବେ ବି ମୁଁ ଭୁଲି ପାରିବି ନାହିଁ । ଏହି ଶୋରେ ଉପସ୍ଥିତ ସମସ୍ତ ସଦସ୍ୟ ମୋର ପରିବାରର ପାଲଟି ଯାଇଛନ୍ତି ।

Get real time updates directly on you device, subscribe now.