ଜଳାପୋଡ଼ାରୁ ମିଳିବ ଆରାମ; ଆପଣାଇପାରିବେ ଏହି ଘରୋଇ ଉପାୟ

ଅନେକ ସମୟରେ ରୋଷେଇ କଲାବେଳେ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ଶରୀରର କୌଣସି ଅଙ୍ଗରେ ନିଆଁ ଲାଗିଯାଇଥାଏ । ଏହି ସମୟରେ ଅଧିକ ଯନ୍ତ୍ରଣା ମଧ୍ୟ ହୋଇଥାଏ । ଏପରି ସ୍ଥିତିରେ ଆମକୁ କିଛି ଜରୁରୀ ଉପାୟ ଆପଣାଇବାକୁ ହୋଇଥାଏ । ଆଉ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ ମଧ୍ୟ କରିବାକୁ ପଡ଼ିଥାଏ । କିନ୍ତୁ ଯଦି ଅଧିକ ବିପଦପୂର୍ଣ୍ଣ ନହୋଇଥାଏ କିନ୍ତୁ ଯନ୍ତ୍ରଣା ହେଉଥାଏ ତେବେ ଏପରି ସ୍ଥଳରେ କିଛି ଘରୋଇ ଉପାୟ ମଧ୍ୟ ଆପଣାଇପାରିବେ ।

ଏଥିପାଇଁ ପ୍ରଭାବତି ହୋଇଥିବା ସ୍ଥାନରେ ତୁରନ୍ତ ଆଣ୍ଟିସେଫ୍ଟିକ୍ କିମ୍ବା ଆଣ୍ଟି ବ୍ୟାକ୍ଟେରିଆଲ ଲଗାଇବାକୁ ହୋଇଥାଏ । ଏହାଦ୍ୱାରା ଚର୍ମ ଖରାପ ହୋଇନଥାଏ । କାରଣ ହୁଏତ ଚର୍ମ ସବୁବେଳ ପାଇଁ ଖରାପ ହୋଇଯାଇପାରେ । ଆଗକୁ ଏହା ଘା ମଧ୍ୟ ହୋଇପାରେ ଯାହାପରେ ଏହାର ଦାଗ ସବୁଦିନ ପାଇଁ ରହିଯାଇଥାଏ । ତେଣୁ ଯଦି କୌଣସି ସମୟରେ ଚର୍ମ ନିଆଁ ସଂସ୍ପର୍ଶରେ ଆସୁଛି ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ ଆଉ ଯଦି ଅଳ୍ପମାତ୍ରରେ ପୋଡ଼ିଯାଇଥାଏ ତେବେ ଆପଣ କିଛି ଘରୋଇ ଉପାୟ ଆପଣାଇପାରିବେ । ତେବେ ଆସନ୍ତୁ ଜାଣିବା ଏଭଳି ସମୟରେ ଆପଣଙ୍କୁ କ’ଣ କରିବା ଦରକାର, ଆପଣ କେଉଁଭଳି ସହଜ ଉପାୟ ଦ୍ୱାରା କରିପାରିବେ ।

ତୁଳସୀ ପତ୍ର- ଚର୍ମ ପୋଡ଼ିଯାଇଥିଲେ ଆପଣ ତୁଳସୀ ପତ୍ରର ବ୍ୟବହାର କରିପାରିବେ । ୪ରୁ ୫ ପତ୍ରକୁ ନେଇ ଏହାର ମକଚି ଏହାର ରସ ପୋଡ଼ିଯାଇଥିବା ଘା ଉପରେ ଲଗାଇବା ଦ୍ୱାରା ପୋଡ଼ା ଯନ୍ତ୍ରଣାରୁ ଉପଶମ ମିଳିବ ଏବଂ କୌଣସି ପ୍ରକାର ସଂକ୍ରମଣରୁ ମଧ୍ୟ ରକ୍ଷାମିଳିବ ।

ନଡ଼ିଆ ତେଲ: ଯଦି ଚର୍ମ ଜଳିଯାଇଥାଏ ଏବଂ ଅଧିକ ଯନ୍ତ୍ରଣା ହେଉଥାଏ ତେବେ ଆପଣ ନଡ଼ିଆ ତେଲ ବ୍ୟବହାର କରିପାରିବେ ଏହାଦ୍ୱାରା ଆପଣଙ୍କୁ ଆରାମ ମିଳିଥାଏ ।

ମହୁ: ପୋଡ଼ା ସ୍ଥାନରେ ମହୁ ମଧ୍ୟ ବ୍ୟବହାର କରିପାରିବେ ଏହାଦ୍ୱାରା ଯନ୍ତ୍ରଣାରୁ ଆରାମ ମିଳିଥାଏ ।

ଆଳୁ: ଆଳୁରେ ଆଣ୍ଟି ଇନଫ୍ଲେମେଟୋରୀ ଅଂଶ ରହିଥାଏ ଯାହଦ୍ୱାର ଜ୍ୱଳନ ଜନିତ ଯନ୍ତ୍ରଣାରୁ ଥଣ୍ଡା ଅନୁଭୂତ ହୋଇଥାଏ । ଏଥିପାଇଁ ଆପଣଙ୍କୁ ଆଳୁକୁ ପ୍ରଭାବିତ ସ୍ଥାନରେ ଲଗାଇବାକୁ ହେବ ।

ଘିଁ କୁଆରୀ: ଜ୍ୱଳନ ଜନିତ ପୀଡ଼ାରୁ ରକ୍ଷା ପାଇବା ପାଇଁ ଘିଁ-କୁଆଁରୀ ଲାଭଦାୟକ ହୋଇଥାଏ । ଏଥିରେ ଆଣ୍ଟି ଇନଫ୍ଲେମେଟାରୀ ଗୁଣ ଏବଂ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ମିଳିଥାଏ ଯାହା ରକ୍ତ ସଞ୍ଚାଳନକୁ ବଢ଼ାଇଥାଏ । ଏହାକୁ ପ୍ରଭାବିତ ହୋଇଥିବା ସ୍ଥାନରେ ଲଗାଇଲେ ଶୀଘ୍ର ଘା ଶୁଖିଯାଏ ଏବଂ ଦାଗ ମଧ୍ୟ କମି ହୋଇଥାଏ ।