fbpx

ଅଧିକ ଗ୍ରୀନ ଟି’ ପିଉଥିଲେ ସାବଧାନ୍! ଭୋଗିପାରନ୍ତି ଏହି କଷ୍ଟ

ଓଜନ ହ୍ରାସ ପାଇଁ ଅନେକ ଲୋକ ଗ୍ରୀନ୍ ଟି ପିଅନ୍ତିି । କାହିଁକି ନା ଗ୍ରୀନ୍ ଟି’ ଓଜନ କମାଇବା ସହିତ ଶରୀରର ଅନେକ ସମସ୍ୟା ଦୂର କରିବାରେ ମଧ୍ୟ ପ୍ରଭାବଶାଳୀ ହୋଇଥାଏ । ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ମଧ୍ୟ ସାହାଯ୍ୟ କରେ । ଏଭଳି ପରିସ୍ଥିତିରେ ଅନେକ ଲୋକ ଦିନକୁ ବହୁତ ଥର ଗ୍ରୀନ୍ ଟି ପିଅନ୍ତି । ଗୋଟିଏ ଦିନରେ ୩ କପରୁ ଅଧିକ ଗ୍ରୀନ୍ ଟି ପିଅନ୍ତୁ ନାହିଁ । ଅଧିକ ମାତ୍ରାରେ ଗ୍ରୀନ ଟି ପିଇବା ଦ୍ୱାରା ଶରୀରରେ ଅନେକ କ୍ଷତି ହୋଇଥାଏ । ତେବେ ଅଧିକ ଗ୍ରୀନ ଟି ପିଇବା ଦ୍ୱାରା ଆମ ଶରୀର ପାଇଁ କ’ଣ କ୍ଷତି ହୋଇଥାଏ, ଆସନ୍ତୁ ଜାଣିବା…

ପେଟ ସମ୍ବନ୍ଧୀୟ ସମସ୍ୟା– ଗ୍ରୀନ୍ ଟି’କୁ ଅଧିକ ମାତ୍ରାରେ ପିଇବା ଦ୍ୱାରା ପେଟ ଜଳିବା, ଗ୍ୟାସ୍ ଭଳି ସମସ୍ୟା ସୃଷ୍ଟି ହୋଇପାରେ । ଗ୍ରୀନ୍ ଟି’ରେ ଟେନିନ୍ ନାମକ ଏକ ଉପାଦାନ ଥାଏ, ଯାହା ଅଧିକ ମାତ୍ରାରେ ଖାଇଲେ ପେଟରେ ଏସିଡିଟୀ ସମସ୍ୟା ସୃଷ୍ଟି ହୋଇପାରେ ।

ମୁଣ୍ଡବିନ୍ଧା ସମସ୍ୟା- ଦିନରେ ୨ ଦିନରୁ ଅଧିକ ଗ୍ରୀନ୍ ଟି ପିଇବା ଦ୍ୱାରା ମୁଣ୍ଡବିନ୍ଧା ସମସ୍ୟାରୁ ମୁକ୍ତି ମିଳିଥାଏ, କିନ୍ତୁ ଯଦି ଆପଣ ଗ୍ରୀନ୍ ଟି ଆବଶ୍ୟକତାଠାରୁ ଅଧିକ ପିଉଥାନ୍ତି ତେବେ ଏହା ମାଇଗ୍ରେନ ଅବସ୍ଥା ସୃଷ୍ଟି କରିପାରେ । ଏହା ଦ୍ୱାରା ମୁଣ୍ଡବିନ୍ଧା ସମସ୍ୟା ଅଧିକ ବଢ଼ିଯାଏ ।

ନିଦରେ ସମସ୍ୟା- କଫିନ୍ ଦ୍ୱାରା ନିଦ ସହ ଜଡ଼ିତ ସମସ୍ୟା ହୋଇପାରେ । ଯଦିଓ ଗ୍ରୀନ୍ ଟି’ରେ ବହୁତ କମ୍ ପରିମାଣର କଫିନ୍ ଥାଏ, କିନ୍ତୁ ଯଦି ଆପଣ ଏହାକୁ ଅଧିକ ପରିମାଣରେ ପିଇବା ଦ୍ୱାରା ଏହା ଆପଣଙ୍କ ଶୋଇବା ଉପରେ ଖରାପ ପ୍ରଭାବ ପକାଇପାରେ । ଏଥିରେ ମେଲାଟୋନିନ୍ ହରମୋନରେ ଅସନ୍ତୁଳିତ ହୋଇପାରେ, ଯାହାକି ଶୋଇବାରେ ଅସୁବିଧା ସୃଷ୍ଟି କରିପାରେ ।

ହାଡ଼ ଦୁର୍ବଳ- ଗ୍ରୀନ ଟି’ ଅଧିକ ପିଇବା ଦ୍ୱାରା ବ୍ୟକ୍ତିର ହାଡ଼ ଦୁର୍ବଳ ହୋଇଯାଏ । ଗ୍ରୀନ୍ ଟିରେ ଥିବା ଯୌଗିକ କ୍ୟାଲସିୟମ୍ ଅବଶୋଷଣକୁ ହ୍ରାସ କରିପାରେ । ଯାହା ଆପଣଙ୍କର ହାଡ ଉପରେ ପ୍ରଭାବ ପକାଇପାରେ ।

Get real time updates directly on you device, subscribe now.