fbpx

ବିପଦ ହେଉଛି CO2: ଗତବର୍ଷ ସବୁଠୁ ଅଧିକ ବ୍ୟାପିଛି କାର୍ବନ ଡାଇଅକ୍ସାଇଡ ଗ୍ୟାସ, IEA ଦେଲା ରିପୋର୍ଟ

ନୂଆଦିଲ୍ଲୀ: ଇଣ୍ଟରନେସନାଲ ଏନର୍ଜୀ ଏଜେନ୍ସି (IEA) ଦେଇଛି ଗତବର୍ଷର ଏକ ଭୟଙ୍କର ରିପୋର୍ଟ । ୨୦୨୧ରେ ବିଶ୍ୱସ୍ତରରେ ଅଧିକ ନିର୍ଗତ ହୋଇଥିବା ସୂଚନା ଦେଇଛି ଆଇ.ଇ.ଏ । ଗତବର୍ଷ ୩୬.୩ ବିଲିୟନ ମାଟ୍ରିକ ଟନ କାର୍ବନ ଡାଇଅକ୍ସାଇଡ ନିର୍ଗତ ହୋଇଛି । ଯାହାକି ଏକ ରେକର୍ଡ ସୃଷ୍ଟି ହୋଇଛି । ଏହାପୂର୍ବରୁ ଏତେ ପରିମାଣରେ କାର୍ବନ ଡାଇକ୍ସାଇଡ ବାହାରି ନଥିବା IEA ସୂଚନା ଦେଇଛି ।

ଏ ପର୍ଯ୍ୟନ୍ତ କାର୍ବନ ଡାଇଅକ୍ସାଇଡ ନିର୍ଗତର ରେକର୍ଡ ଥିଲା ୨ ବିଲିୟନ ମାଟ୍ରିକ ଟନ । ଏହା ଥିଲା ଇତିହାସ । କିନ୍ତୁ ଗତବର୍ଷ ଏହି ରେକର୍ଡକୁ ଅତିକ୍ରମ କରି ଖୁବ ଆଗକୁ ବଢିଯାଇଛି CO2 । କିନ୍ତୁ କରୋନା କଟକଣା ଏବଂ ଲକଡାଉନ ଭିତରେ ପ୍ରଦୂଷଣ କମିବା ପରିବର୍ତ୍ତେ ଏତେ ପରିମାରରେ ବଢିବା ଏକ ଆଶ୍ଚର୍ଯ୍ୟକର ଘଟଣା । ତେବେ ବିଜୁଳି ଉତ୍ପାଦନ କ୍ଷେତ୍ରରେ କୋଇଲାର ଚାହିଦା ବଢିଥିବା ଅନୁମାନ କରାଯାଉଛି । କୋଇଲା ଯୋଗୁଁ ହେଉଥିବା ପ୍ରଦୂଷଣ ହିଁ କାର୍ବନ ଡାଇଅକ୍ସାଇଡର ମାତ୍ରା ବଢିଛି । ୨୦୨୧ରେ ଶକ୍ତିର ଚାହିଦା ପୂରଣ କରିବା ସହିତ ପ୍ରତିକୂଳ ପାଣିପାଗ ଏବଂ ଶକ୍ତି ବଜାର ସ୍ଥିତିକୁ ଦୃଷ୍ଟିରେ ରଖି କୋଇଲାର ମଧ୍ୟ ଚାହିଦା ବଢିବାରେ ଲାଗିଲା । ପ୍ରକୃତିକ ଗ୍ୟାସ ଦର ଉଚ୍ଚ ଥିବାରୁ ବଢିଥିଲା କୋଇଲାର ଚାହିଦା । ତେଣୁ କୋଇଲାର ବହୁଳ ବ୍ୟବହାରରେ ବାୟୁମଣ୍ଡଳରେ ଅଧିକ ନିର୍ଗତ ହୋଇଛି କାର୍ବନ ଡାଇଅକ୍ସାଇଡ ।

साल 2021 में सबसे ज्यादा रिकॉर्ड स्तर पर कार्बन डाईऑक्साइड उत्सर्जन हुआ. (फोटोः गेटी)

Get real time updates directly on you device, subscribe now.