fbpx

୫ ରାଜ୍ୟର ଭୋଟ ଗଣତି ଜାରି: ଚନ୍ନି, ସିଦ୍ଧୁ ଆଗୁଆ

ନୂଆଦିଲ୍ଲୀ: ଆଜି ମାର୍ଚ୍ଚ ୧୦ ତାରିଖରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଛି । ଏଥିରେ ପଞ୍ଜାବରେ କଂଗ୍ରେସର ଟ୍ରେଣ୍ଡ୍ ଆଗରେ ଚାଲିଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ଉଭୟ ଆସନରେ ଆଗୁଆ ଥିବା ଜଣାପଡ଼ିଛି । ଅମୃତସର ପୂର୍ବ ଆସନରେ ନଭଜୋତ ସିଂ ସିଦ୍ଧୁ ଆଗୁଆ ରହିଛନ୍ତି । ଅନ୍ୟପଟେ ୟୁପିରେ ବିଜେପି, ପଞ୍ଜାବରେ କଂଗ୍ରେସ ଏବଂ ଉତ୍ତରାଖଣ୍ଡରେ ବିଜେପି ରହିଛି ଆଗୁଆ । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ଆସନରେ ଆଗୁଆ ରହିଛନ୍ତି । ବିଜେପି ସେଠାରେ ଟ୍ରେଣ୍ଡ୍ କରୁଛି । କରହଲ ଆସନରେ ଅଖିଳେଶ ଯାଦବ ଓ ରାମପୁରରେ ଆଜମ ଖାନ୍ ଆଗୁଆ ଅଛନ୍ତି ।

 

 

Get real time updates directly on you device, subscribe now.