fbpx

୪ ରାଜ୍ୟର ଫଳାଫଳ ପରେ ବିଜେପିର ବିଜୟ ଉତ୍ସବ: କର୍ମୀଙ୍କୁ ଏମିତି ବାର୍ତ୍ତା ଦେଲେ ମୋଦୀ

ନୂଆଦିଲ୍ଲୀ: ୪ ରାଜ୍ୟରେ ବିଜୟ ପରେ ବିଜେପି ପାଳନ କରୁଛି ବିଜୟ ଉତ୍ସବ । ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଜେପିର ବିଜୟ ଉତ୍ସବ ପାଳନ । ଉତ୍ସବ ପାଇଁ ବିଜେପି ମୁଖ୍ୟାଳୟରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜୋରଦାର ସ୍ୱାଗତ । ଉତ୍ସବରେ ଗୃହମନ୍ତ୍ରୀ ଅମିତ ଶାହା, ରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉପସ୍ଥିତ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ମଧ୍ୟ ଉପସ୍ଥିତ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି ଯେ ଏହି ଉତ୍ସବ ଭାରତର ଲୋକତନ୍ତ୍ର ପାଇଁ । ଏହା ସହ ସେ ନିର୍ବାଚନରେ ଭାଗ ନେଇଥିବା ସବୁ ମତଦାତାଙ୍କୁ ଧନ୍ୟବାଦ ଦେଇଛନ୍ତି ଏବଂ ଉଚିତ୍ ନିର୍ଣ୍ଣୟ ପାଇଁ ମତଦାତାଙ୍କ ଆଭାର ପ୍ରକଟ କରିଛନ୍ତି । ମା’ ମାନେ ଭଉଣୀମାନେ ଏବଂ ଯୁବକମାନେ ଯେଉଁ ପ୍ରକାର ସର୍ମଥନ ଦେଇଛନ୍ତି ତାହା ବଡ଼ ଏକ ବଡ଼ ସନ୍ଦେଶ । ପ୍ରଥମ ଥର ପାଇଁ ଫାଷ୍ଟ ଟାଇମ ଭୋଟର ଅଧିôକ ମାତ୍ରରେ ମତଦାନ କରିଛନ୍ତି ଏବଂ ଭାଜପାର ବିଜୟ ସୁନିଶ୍ଚିତ କରିଥିଲେ । ଏହା ସହ ସେ ଭାଜପାର ନେତୃତ୍ୱ ଏବଂ କର୍ମକର୍ତ୍ତାଙ୍କୁ ପ୍ରଂଶସା କରିଛନ୍ତି ।

ମୋଦୀ କହିଛନ୍ତି ଆମେ ସବୁ ଗରିବଙ୍କ ପାଖରେ ପହଞ୍ଚିବୁ ଶତ ପ୍ରତିଶତ ଲାଭାର୍ଥୀଙ୍କ ପାଖରେ ପହଞ୍ଚିବୁ । ମତଦାନରେ ଆମ ମା’,ଭଉଣୀ ଝିଅଙ୍କ ବହୁତ ବଡ଼ ଅବଦାନ ରହିଛି । କିଛି ଲୋକ ୟୁପିର ଜନତାଙ୍କୁ ଜାତିବାଦ ଦୃଷ୍ଟିରେ ଦେଖୁଥିଲେ । ଏମିତି କରି ସଂପୂର୍ଣ୍ଣ ଉତ୍ତର ପ୍ରଦେଶର ଅପମାନ କରୁଥିଲେ । ନିର୍ବାଚନରେ ଜାତିବାଦକୁ ଚାଲୁଥିବା କହି ବଦନାମ କରୁଥିଲେ । କିନ୍ତୁ ଉତ୍ତର ପ୍ରଦେଶର ଲୋକମାନେ ଦେଖାଇଦେଇଛନ୍ତି । ୨୦୧୪, ୨୦୧୯, ୨୦୨୨ ସବୁଥର ୟୁପିର ଲୋକମାନେ ବିକାଶବାଦର ରାଜନୀତିକୁ ବାଛିଛନ୍ତି । ୟୁପିର ଲୋକମାନେ ଏବେ ତାଙ୍କୁ ଜବାବ ଦେଇଛନ୍ତି । ୨୦୨୨ ରେଜଲ୍ଟ ୨୦୨୪ ପାଇଁ ସଂକେତ ଦେଉଛି ।

ପଞ୍ଜାବର ଭାଜପା କର୍ମକର୍ତ୍ତାଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ମୋଦୀ । ଯେଉଁଠି ଡବଲ ଇଞ୍ଜିନ ସରକାର ରହିଛି ସେଠାରେ ଜନତାଙ୍କ ହିତପାଇଁ ଡବଲ ସୁରକ୍ଷା ହୋଇଛି ଏବଂ ବିକାଶ କାର୍ଯ୍ୟ ତୀବ୍ର ହୋଇଛି । ଋଷ-ୟୁକେନ ଯୁଦ୍ଧର ପ୍ରଭାବ ଉପରେ ମଧ୍ୟ କହିଛନ୍ତି ମୋଦୀ । ଖାଇବା ତେଲ ଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀର ଦାମ୍ ବଢ଼ିଛି । କରୋନା ଟିକାକରଣ ନେଇ ବିରୋଧୀଙ୍କ ସମାଲୋଚନା ପ୍ରସଙ୍ଗ ଉଠାଇଛନ୍ତି ଏବଂ କହିଛନ୍ତି ସାରା ବିଶ୍ୱ ଆମକୁ ପ୍ରଂଶସା କରୁଥିଲା ବେଳେ ବିରୋଧୀ ସମାଲୋଚନା କରିଛନ୍ତି । ଏହା ସହ ସେ ପରିବାରବାଦ ପ୍ରସଙ୍ଗରେ ସମ୍ବୋଧନ କରିଛନ୍ତି । ଆଗକୁ ପରିବାରବାଦ ରାଜନୀତିର ସୂର୍ଯ୍ୟାସ୍ତ ହେବାକୁ ଯାଉଛି ।

 

Get real time updates directly on you device, subscribe now.