fbpx

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଅଜଣା ତଥ୍ୟ: କମେଡି ରିଅଲିଟି ଶୋ’ରେ ଜଜ୍ କରିଥିଲେ ସିଦ୍ଧୁ, ଦେଖନ୍ତୁ Viral Video

ନୂଆଦିଲ୍ଳୀ: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହେବାକୁ ଯାଉଛନ୍ତି ଭଗୱନ୍ତ ମାନ୍ । ଆପକୁ ପଞ୍ଜାବରେ ବହୁମତ ମିଳିଥିବା ବେଳେ ସରକାର ଗଠନ କରିବାକୁ ଯାଉଛି ଦଳ । ନିର୍ବାଚନ ପୂର୍ବରୁ ଭଗୱନ୍ତ ମାନଙ୍କୁ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରା ଯାଇଥିଲା । ଭଗୱନ୍ତ ମାନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ଆପାତତଃ ନିଶ୍ଚିତ ହୋଇଥିବା ବେଳେ ମାନଙ୍କ ପୂର୍ବ ଭିଡିଓ ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି ।

୨୦୦୬ରେ ଦ ଗ୍ରେଟ୍ ଇଣ୍ଡିଆନ ଲାଫ୍ଟର ଚ୍ୟାଲେଞ୍ଜ ନାମକ ଶୋରେ ଅଂଶଗ୍ରହଣ କରିଥିଲେ ଭଗୱନ୍ତ ମାନ୍ । ଏହି ଶୋରେ ଜଜ୍ ଭାବରେ ରହିଥିଲେ ନଭଜୋତ ସିଂ ସିଦ୍ଧୁ ଓ ଶେଖର ସୁମନ । ଦ ଗ୍ରେଟ୍ ଇଣ୍ଡିଆନ ଲାଫ୍ଟର ଚ୍ୟାଲେଞ୍ଜରେ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମାନ୍ ରାଜନୀତି ଓ ସରକାରଙ୍କ ଉପରେ ଜୋକ କରିଥିଲେ । ରାଜ କରିବା ପାଇଁ ନୀତିରେ ବାରମ୍ବାର ପରିବର୍ତ୍ତନ କରିବାକୁ ରାଜନୀତି କୁହାଯାଏ ବୋଲି ମାନ୍ କହିଛନ୍ତି । ଏହା ପରେ ଗର୍ମେଣ୍ଟ କଣ ବୋଲି ବୁଝାଇବାକୁ ଯାଇ କହିଛନ୍ତି, ଯିଏକି ପ୍ରତି ଘଟଣା ଉପରେ ଗୌର (ଧ୍ୟାନ) ଦିଅନ୍ତି ଏବଂ ମିନିଟ କରେ ଏହାକୁ ଭୁଲିଯାନ୍ତି । ମାନଙ୍କ ଏହି ଉତ୍ତରରେ ହସି ହସି ଲୋଟ ପୋଟ ହୋଇ ଯାଇଥିଲେ ସିଦ୍ଧୁ । ଦେଖନ୍ତୁ ଭାଇରାଲ ଭିଡିଓ……

 

Get real time updates directly on you device, subscribe now.